ମହିଳାଙ୍କ ପାଇଁ କେଜରିୱାଲଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ(ଏଜେନ୍ସି): ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଦିଲ୍ଲୀ ମେଟ୍ରୋ, ଡିଟିସି ବସ୍ ଏବଂ କ୍ଲଷ୍ଟର ବସ୍ଗୁଡ଼ିକରେ ମହିଳାମାନଙ୍କ ପାଇଁ ଦେୟମୁକ୍ତ ଯାତ୍ରା ବ୍ୟବସ୍ଥା କରାଯିବା ଲକ୍ଷ୍ୟରେ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜଧାନୀ ଦିଲ୍ଲୀରେ ମହିଳାମାନେ ମାଗଣାରେ ଯାତ୍ରା କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ଏହି ବଡ ଘୋଷଣା କରିଛନ୍ତି । ଯେଉଁ ମହିଳା ଟଙ୍କା ଦେବା ପାଇଁ ସକ୍ଷମ, ସେମାନେ ଟିକଟ୍ କିଣିପାରିବେ । ଏହି ଯୋଜନା ଆଗାମୀ ଦୁଇ-ତିନି ମାସରେ ଲାଗୁ କରାଯିବ ବୋଲି କେଜରିୱାଲ କହିଛନ୍ତି ।କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଏହି ଯୋଜନା କିଭଳି ଲାଗୁ କରାଯିବ? ଗଣମାଧ୍ୟମର ଏହି ପ୍ରଶ୍ନର ଉତ୍ତର ଦେଇ କେଜରିୱାଲ କହିଛନ୍ତି ଯେ, ଆମେ ସବ୍ସିଡି ଭାବରେ ଏହି ଯୋଜନା କାର୍ଯ୍ୟକାରୀ କରିଛୁ । ତେଣୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ । ମହିଳାଙ୍କ ସୁରକ୍ଷା ଓ ମେଟ୍ରୋର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯାଇଛି । ଏହାସହ ଅରବିନ୍ଦ କେଜରିିୱାଲ ଦିଲ୍ଲୀରେ ୭୦ ହଜାର ସିସିଟଭି କ୍ୟାମେରା ଲଗାଇବାକୁ ମଧ୍ୟ ଘୋଷଣା କରିଛନ୍ତି । ଜୁନ୍ ୮ ତାରିଖରୁ ଦିଲ୍ଲୀରେ ସିସିଟିଭି ଲଗାଯିବା ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ସୁଦ୍ଧା ଦିଲ୍ଲୀରେ ସିସିଟଭି କ୍ୟାମେରା ଲଗାଇବା କାର୍ଯ୍ୟ ଶେଷ ହେବ । ଆଗାମୀ ଦିନରେ ଦିଲ୍ଲୀରେ ଅଢେଇ ଲକ୍ଷ କ୍ୟାମେରା ଲଗାଯିବାର ଯୋଜନା ରହିଛି । ସରକାରୀ ସ୍କୁଲରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ