ମହିଳାଙ୍କ ପାଦରୁ ଜାଣିହେବ ସ୍ୱାମୀଙ୍କର ଭାଗ୍ୟ
ମହିଳାଙ୍କ ପାଦରୁ ସ୍ୱାମୀଙ୍କର ଭାଗ୍ୟ ଜାଣିହେବ । ଏ କଥା ହିନ୍ଦୁ ମୁନି ଋଷିମାନେ ଦର୍ଶାଇଛନ୍ତି । ମନୁଷ୍ୟର ପାଦ ଓ ହାତର ପାଞ୍ଚଟି ମୁଖ୍ୟ ଅଙ୍ଗ ରହିଛି । ଏଗୁଡିକ ହେଲା ବୃଦ୍ଧ ଆଙ୍ଗୁଳି, ତର୍ଜନି ଆଙ୍ଗୁଳି, ମଧ୍ୟମା ଆଙ୍ଗୁଳି, ଅନାମିକା ଆଙ୍ଗୁଳି ଓ କନିଷ୍ଠ ଆଙ୍ଗୁଳି ।\nଯଦି ପତ୍ନୀଙ୍କର ତଳି ପାଦରେ ଚକ୍ର, ଧ୍ୱଜା ବା ସ୍ୱସ୍ତିିକ ଚିହ୍ନ ଥାଏ, ତେବେ ତାଙ୍କ ସ୍ୱାମୀ ଜଣେ ରାଜା ହୋଇପାରିବେ ଓ ନିଜେ ରାଣୀ ହେବେ । ଯଦି ମହିଳାଙ୍କର ଦ୍ୱିତୀୟ ଆଙ୍ଗୁଳି ଅନ୍ୟ ଆଙ୍ଗୁଳିମାନଙ୍କ ଠାରୁ ବଡ, ତେବେ ବିବାହ ପରେ ତାଙ୍କର ସ୍ୱାମୀଙ୍କର ଶାନ୍ତି ନଷ୍ଟ ହେବ । ଯଦି ମହିଳାଙ୍କର ବଡ ଆଙ୍ଗୁଳି ତଳେ ରେଖା ଥାଏ, ତେବେ ବିବାହ ପରେ ଉକ୍ତ ମହିଳାଙ୍କର ସ୍ୱାମୀ ସଫଳତା ଓ ସୁଖ ସମୃଦ୍ଧି ପ୍ରାପ୍ତ କରିବେ । ଏଥିପାଇଁ ତାଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡିବ ନାହିଁ । ସହଜ ଉପାୟରେ ତାହାହାସଲ କରିବେ ।\nଯଦି ମହିଳାଙ୍କର ପାଦ ତଳେ କମଳା ଓ ଚକ୍ର ଚିହ୍ନ ଥାଏ, ତେବେ ଜାଣନ୍ତୁ ତାଙ୍କର ସ୍ୱାମୀ ଧନ ସମ୍ପଦ ଓ ସୁଖ ସମୃଦ୍ଧି ସାଙ୍ଗକୁ ରାଜନୈତିକ ଖ୍ୟାତି ଲାଭ କରିବେ । ଯଦି ଉଭୟଙ୍କ ଭିତରେ ବିବାହ ବିଚ୍ଛେଦ ହୋଇଥାଏ, ତେବେ ସ୍ୱାମୀଙ୍କର ସମସ୍ତ ସୁଖ ନଷ୍ଟ ହୋଇଯିବ ।\nଚାଲୁଥିବା ବେଳେ ଯଦି ମହିଳାଙ୍କର ଅନାମିକା ଓ କନିଷ୍ଠା ଆଙ୍ଗୁଳି ଭୂମିକୁ ସ୍ପଷ୍ଟ କରି ନଥାଏ, ତେବେ ଏହା ସ୍ୱାମୀଙ୍କ ମୃତ୍ୟୁର କାରଣ ହେବ ବୋଲି କୁହାଯିବ । ତା’ଛଡା ଯେଉଁ ସ୍ତ୍ରୀଙ୍କର ଏଭଳି ଲକ୍ଷଣ ଥାଏ, ସେ ସ୍ୱାମୀଙ୍କ ପ୍ରତି ବିଶ୍ୱସ୍ତ ହୋଇନଥାନ୍ତି ।\nଯଦି ମଧ୍ୟମା ଆଙ୍ଗୁଠି ଅନ୍ୟ ଆଙ୍ଗୁଠିଠାରୁ ବଡ ତେବେ ଉକ୍ତ ମହିଳାଙ୍କ ପାଇଁ ସ୍ୱାମୀଙ୍କର ଦୁର୍ଭାଗ୍ୟ ମାଡି ଆସିବ । ଯଦି ମହିଳାଙ୍କର ମଧ୍ୟମା ଓ ଅନାମିକା ଆଙ୍ଗୁଳି ଉପୟର ଲମ୍ବା ସମାନ, ତେବେ ଉକ୍ତ ମହିଳା ତାଙ୍କ ସ୍ୱାମୀଙ୍କର ଆର୍ଥିକ କ୍ଷତିର କାରଣ ହୋଇପାରନ୍ତି ।


