ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋଗ୍ରାମ ଓଜନର ଅଳଙ୍କାର ଓ ମୁଦ୍ରା

ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ପେଟରୁ ଗହଣା ଓ ମୁଦ୍ରା ବାହାରିଥିବା ଜଣାଯାଇଛି । ଜଣେ ଚିକିତ୍ସକ କହିଛନ୍ତି ଯେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ସରକାରୀ ଡାକ୍ତରଖାନାରେ ମାନସିକ ସ୍ତରରେ ଅସ୍ଥିର ଜଣେ ମହିଳାଙ୍କ ପେଟରୁ ଦେଢ଼ କିଲୋଗ୍ରାମ ଓଜନର ଅଳଙ୍କାର ଓ ମୁଦ୍ରା ବାହାର କରାଯାଇଛି । ରାମପୁରହାଟରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ କହିଛନ୍ତି ଯେ ଜଣେ ୨୬ ବର୍ଷୀୟ ମହିଳାଙ୍କ ପେଟରୁ ୫ ଟଙ୍କିଆ, ୧୦ ଟଙ୍କିଆ ୯୦ଟି ମୁଦ୍ରା, ଚେନ୍, ନାକଗୁଣା,ଚୁଡ଼ି ଓ ପାଉଁଜି ଆଦି ଅଳଙ୍କାର ଓ ଘଣ୍ଟା ବାହାର କରାଯାଇଛି । ତେବେ ଏହି ଅଳଙ୍କାର ଭିତରୁ ଅଧିକାଂଶ ତମ୍ବା ଓ ପିତ୍ତଳରେ ତିଆରି ବୋଲି କୁହାଯାଇଛି । ଏଥିରେ ଅବଶ୍ୟ କିଛି ସୁନା ଅଳଙ୍କାର ବି ଥିଲା ବୋଲି ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ କହିଛନ୍ତି । ମହିଳାଙ୍କ ମାଆଙ୍କ କହିବା ଅନୁଯାୟୀ ଘରୁ ଅଳଙ୍କାର ଗାଏବ ହୋଇଯାଉଥିବାରୁ ଲକ୍ଷ୍ୟ କରୁଥିଲେ, ହେଲେ ସେ ଜାଣି ନଥିଲେ ତାଙ୍କ ଝିଅ ଏସବୁ ଖାଇ ଦେଉଛି । ଉକ୍ତ ଯୁବତୀଙ୍କର ଅସ୍ତ୍ରୋପଚାର ପରେ ଏହା ସାମ୍ନାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ