ମହିଳାଙ୍କ ପ୍ରସବ କରାଇଲେ ଟିଟିଇ
ଆପଣ ଟ୍ରେନ୍, ବସ୍ ଓ ରେଳଷ୍ଟେସନରେ ମହିଳାଙ୍କ ପ୍ରସବ ହୋଇଥିବା ଘଟଣାତ ଅନେକ ଥର ଶୁଣିଥିବେ । କିନ୍ତୁ ଆଜି ଯେଉଁ ମାମଲା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଟ୍ରେନ୍ରେ ମହିଳାଙ୍କ ପ୍ରସବ ସହିତ ଯୋଡ଼ି ହୋଇ ରହିଛି । କିନ୍ତୁ ପ୍ରତିଥର ଘଟଣାଠାରୁ ଏହା କିଛି ଅଲଗା ରହିଛି । ରେଳବାଇର ଦିଲ୍ଲୀ ଡିଭିଜନରେ ଟିଟିଇ ଭାବେ ନିୟୋଜିତ ହୋଇଥିବା ଏଚଏସ୍ ରାଣା ଯାତ୍ରୀଙ୍କ ସାହାଯ୍ୟରେ ଜଣେ ମହିଳାଙ୍କ ପ୍ରସବ କରାଇଛନ୍ତି । ଏଚଏସ୍ ରାଣା ମହିଳାଙ୍କ ଯେଉଁ ସମୟରେ ପ୍ରସବ କରାଇଥିଲେ ସେହି ସମୟରେ ଟ୍ରେନରେ ବହୁ ଖୋଜିବା ପରେ ବି ଡାକ୍ତର ମିଳି ନଥିଲେ । ତେଣୁ ସେ ଏଭଳି ପଦକ୍ଷେପ ଉଠାଇବା ପାଇଁ ବାଧ୍ୟ ହୋଇଥିଲେ । ଟିଟିଇ ଏଚଏସ୍ ରାଣା ରାତି ସମୟରେ ଟ୍ରେନରେ ଅନ୍ୟ ଯାତ୍ରୀଙ୍କ ସାହାଯ୍ୟରେ ଜଣେ ମହିଳାଙ୍କ ପ୍ରସବ କରାଇଛନ୍ତି । ମହିଳାଙ୍କୁ ରାତି ସମୟରେ ଟ୍ରେନରେ ଆକସ୍ମିକ ଭାବେ ପ୍ରସବ ପୀଡ଼ା ହୋଇଥିଲା । ଏହାପରେ ରାଣା ଟ୍ରେନ୍ରେ କିଏ ଡାକ୍ତର ଥିବା ନେଇ ଖୋଜିଥିଲେ । କିନ୍ତୁ ଟ୍ରେନ୍ରେ କୌଣସି ଡାକ୍ତର ନମିଳିବା ହେତୁ ସେ ମହିଳାଙ୍କ ପ୍ରସବ ନିଜେ କରାଇବେ ବୋଲି ସ୍ଥିର କରିଥିଲେ । ଟିଟିଇଙ୍କ ଏହି ଚେଷ୍ଟା ପାଇଁ ଭାରତୀୟ ରେଳବାଇ ତାଙ୍କୁ ପ୍ରଶଂସା କରିଛି ।