ମହିଳାଙ୍କ ମଦ ବିରୋଧୀ ଅଭିଯାନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): ଯୋଡା ବ୍ଲକ ଅନ୍ତର୍ଗତ ଜରୋଳି ଗ୍ରାମ ପଂଚାୟତର ଶତାଧିକ ମହିଳା ମଦ ବନ୍ଦ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ରବିବାର ପୂର୍ବାହ୍ନରେ ପଦଯାତ୍ରା ରେ ବାହାରି ପଂଚାୟତର ବିଭିନ୍ନ ୱାର୍ଡ କୁ ପଦଯାତ୍ରା କରି ଲୋକମାନଙ୍କୁ ମଧ୍ୟରେ ମଦ ବନ୍ଦ ପାଇଁ ସଚେତନ କରିଥିଲେ । ଏହିସବୁ ଅଂଚଳ ବିଶେଷ କରି ଖଣି ଖାଦାନ ଅଧ୍ୟୁଷିତ ହୋଇଥିବା ବେଳେ ଏଠାରେ ଅନେକ ହଟିଂ ବସ୍ତି ରହିଛି । ଏହି ବସ୍ତି ମାନଙ୍କରେ ବହୁଳ ଭାବରେ ବେଆଇନ ମହୁଲି ମଦ ସହ ଅନ୍ୟ ନିଶା ସାମଗ୍ରୀ ବିକ୍ରି ହେଉଛି । ସୁବିଧା ଏବଂ ସହଜରେ ମିଳୁଥିବାରୁ ଲୋକେ ତାହା ବ୍ୟବହାର କରି ନିଶାଗ୍ରସ୍ତ ହୋଇ ସର୍ବସ୍ୱାନ୍ତ ହେବାରେ ଲାଗିଛନ୍ତି । ମଦ୍ୟପାନ କରୁଥିବା ଲୋକଙ୍କ ବିଭିନ୍ନ ପ୍ରକାର ମାରାତ୍ମକ ରୋଗବ୍ୟ।।ଧି ଓ ଅକାଳ ମୃତୁ ବଢି ଚାଲିଛି । ମଦୁଆଙ୍କ ପ୍ରାଦୁର୍ଭାବ ସମାଜକୁ ଉଚ୍ଛନ୍ନ କରୁଥିବାରୁ ଏଥିରେ ଅତିଷ୍ଠ ହୋଇ ମହିଳା ମାନେ ବାହାରକୁ ବାହାରିଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ସମ୍ମିଳିତ ହୋଇ ମଦ, ଗଞ୍ଜେଇ, ନିଶା ଔଷଧ ଭଳି ନିଶାଦ୍ରବ୍ୟ ବର୍ଜ୍ଜନ ତଥା ଜରୋଳି ମୁଖ୍ୟ ରାସ୍ତା କଡରେ ଥିବା ଏକମାତ୍ର ମଦ ଦୋକାନ ବନ୍ଦ କରିବାକୁ ସ୍ୱର ଉତୋଳନ କରିଥିଲେ । ଏଥିରେ ଜରୋଳି (କ) ର କଟି ମଙ୍ଗଳା, ସ୍ୱପ୍ନାଶ୍ରୀ, ବୁଢି ଜାଗୁଳାଇ, ମା ଶାରଳା, ଘନ୍ଟେଶ୍ୱରୀ, ଶକ୍ତିଦାୟିନୀ, ଲକ୍ଷ୍ମୀନାରାୟଣ, ମା ମଙ୍ଗଳା, ମା ସରସ୍ୱତୀ ପ୍ରଭୃତି ସ୍ୱୟଂସହାୟକ ଗୋଷ୍ଠି ଏବଂ ଜରୋଳି (ଗ) ର ଜୟ ହନୁମାନ, ସତ୍ୟ ନାରାୟଣ, ମା ଗାୟତ୍ରୀ, ହର ପାର୍ବତୀ, ଭୋଳାଶଙ୍କର ସ୍ୱୟଂ ସହାୟକ ଗୋଷ୍ଠି ସାମିଲ ହୋଇଥିଲେ । ଜୟଶ୍ୱାଲ ବସ୍ତିର ଭୋଳାଶଙ୍କର, ମା ଦୁର୍ଗା, ମା ମଙ୍ଗଳା, ମା ଦୁର୍ଗା (କ), ଜୟ ମା ସନ୍ତୋଷୀ ଏବଂ ରୁଗୁଡି ସାହିର ମା ସରସ୍ୱତୀ, ମା ମଙ୍ଗଳା, ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି । ସେହିପରି ହାଇକ୍ୟ।।ମ୍ପ ର ଜଗତଜନନୀ, ମା ତାରିଣୀ, ବିଜୟଲକ୍ଷ୍ମୀ, ମା ମଙ୍ଗଳା ପ୍ରଭୃତି ସ୍ୱୟଂ ସହାୟକ ଗୋଷ୍ଠି ର ସଦସ୍ୟା ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ମହିଳା ସ୍ୱରୁପା ସୁଜାତା ହେମ୍ବ୍ରମ, ସମିତି ସଭ୍ୟା ଇନ୍ଦିରା ପାତ୍ର ପ୍ରଶଂସା ସହ ସମର୍ଥନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ