ମହିଳାଙ୍କ ମନ କଥା ବୁଝିଲେ ନବୀନ

ଭୂବନେଶ୍ୱର , ଭୂବନେଶ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ମହିଳା ମାନଙ୍କ ମନ ଜିଣିଛନ୍ତି । ମହିଳାଙ୍କ ପାଇଁ ପୂର୍ବରୁ ବିଭିନ୍ନ କଲ୍ୟାଣ କାରୀ ଯୋଜନା ଘୋଷଣା କରି କାର୍ଯ୍ୟକାରୀ କରିଥିବାବେଳେ ସେହି ପରି ଶୁକ୍ରବାର ମହିଳାଙ୍କ ମନର ମନର କଥା ବୁଝିଛନ୍ତି ନବୀନ । ମହିଳା ମାନଙ୍କ ପାଇଁ ଅଧିକ ବ୍ୟବସ୍ଥା କରାଯାଇଛି । ମହିଳାଙ୍କ ମନ ଜିଣିବା ପାଇଁ ଏଥର ର ବଜେଟ ରେ ଅନେକ ବ୍ୟବସ୍ଥା କରାଯାଇଛି ।ମହିଳା ସଶକ୍ତକରଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ନିରଞ୍ଜନ ପୂଜାରୀ ଆଜି ବିଧାନସଭା ରେ ଘୋଷଣା କରିଛନ୍ତି । ୩୦୫ କୋଟି ଟଙ୍କାର ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ମାନଙ୍କୁ ବାର୍ଷିକ ୧୦ ଲକ୍ଷ ପର୍ଯ୍ୟନ୍ତ ବୀମା ସୁବିଧା ପ୍ରଦାନ କରାଯିବ । ସେହି ମିଶନ ଶକ୍ତି ଅତିରିକ୍ତ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ