ମହିଳାଙ୍କ ମହାନତା, ଫେରାଇଲେ ଭତ୍ତା ଟଙ୍କା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ଏବେ ଅନେକ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କ ଭତ୍ତା ଟଙ୍କା ଭିନ୍ନ ଏକାଉଣ୍ଟକୁ ପଳାଉ ତôବାରୁ ବିଚରା ହିତାଧିକାରୀ ମାନେ ୩/୪ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ହିତାଧିକାରୀ ମାନେ ପଞ୍ଚାୟତ ଓ ବ୍ଲକ ଘେରାଉ କରୁତôଲେ ମଧ୍ୟ ସେମାନଙ୍କ ଦୁଖଃ କେହି ଶୁଣୁ ନାହାନ୍ତି । ଏପରିକି ଯେଉଁ ଭିନ୍ନ ଲୋକଙ୍କ ଏକାଉଣ୍ଟକୁ ଏହି ଟଙ୍କା ଯାଇଛି ତାକୁ ସେମାନେ ସଂପୃକ୍ତ ହିତାଧିକାରୀଙ୍କୁ କିମ୍ବା ବ୍ଲକ ପ୍ରଶାସନକୁ ଫେରାଉ ନାହାନ୍ତି । କିନ୍ତୁ ସୋସୋ ଗ୍ରାମର କିଛି ମହିଳା ତାଙ୍କ ଏକାଉଣ୍ଟକୁ ଯାିଥିବା ଏହି ଗରିବ ବୃଦ୍ଧ, ବୃଦ୍ଧା, ବିଧବାଙ୍କ ଭତ୍ତା ଟଙ୍କାକୁ ଫେରସ୍ତ କରିଥିବା ଦେଖିବାକୁ ମିଳିଛି । କମଳା ଧଳ ନାମକ ଜଣେ ୭୦ବର୍ଷୀୟ ବୃଦ୍ଧାଙ୍କ ଭତ୍ତା ଟଙ୍କା ସେହି ଗ୍ରାମର କନକଲତା ଧଳଙ୍କ ଏକାଉଣ୍ଟକୁ ପଳାଇଥିଲା । କମଳା ଏନେଇ ବ୍ଲକକୁ ଆସି ତାଙ୍କ ଭତ୍ତା ଖାତା ଚେକ କରାଇବାରୁ ତାହା ସେହି ଗ୍ରାମର କନକଲତା ଧଳଙ୍କ ଏକାଉଣ୍ଟକୁ ଯାଇଛି ବୋଲି କହିଥିଲେ । କମଳା ଏ ବାବଦରେ କନକଙ୍କୁ ଜଣାଇବା ପରେ କନକ ବ୍ୟାଙ୍କରୁ ଟଙ୍କା ଉଠାଇ ତାଙ୍କୁ ୩ମାସର ଭତ୍ତା ଟଙ୍କା ଫେରସ୍ତ କରିଦେଇଛନ୍ତି । ସେହିପରି ସେହି ଗ୍ରାମର ଜମୁନା ବେହେରାଙ୍କ ଭତ୍ତା ଟଙ୍କା ଆଇସା ବେହେରାଙ୍କ ଏକାଉଣ୍ଟକୁ ପଳାଇଥିବାବେଳେ ସେ ମଧ୍ୟ ବ୍ୟାଙ୍କରୁ ଉଠାଇ ଚମୁନାଙ୍କୁ ତାଙ୍କ ତିନି ମାସର ଭତ୍ତା ଟଙ୍କାକୁ ଫେରସ୍ତ କରିଦେଇଛନ୍ତି । ଏହି ପଞ୍ଚାୟତରେ ଏହିପରି ଶହଶହ ହିତାଧିକାରୀଙ୍କ ଟଙ୍କା ଭିନ୍ନ ଏକାଉଣ୍ଟକୁ ପଳାଇଥିବାବେଳେ ଯଦି ଅନ୍ୟମାନେ ଏହିପରି ଫେରସ୍ତ କରିଦିଅନ୍ତେ ତେବେ ଅନେକ ଅସାହାୟ ଗରିବ ବୃଦ୍ଧବୃଦ୍ଧା ଆଉ ବ୍ଲକ କିମ୍ବା ବ୍ୟାଙ୍କକୁ ଦୌଡିବାକୁ ପଡନ୍ତା ନାହିଁ ବୋଲି ବୁଦ୍ଧଜିବୀ ମାନେ ମତବ୍ୟକ୍ତ କରିଛନ୍ତି ।


