ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗର ସାହିର ରଶ୍ମିତା ମହାରଣା(୩୦) ନାମ୍ନୀ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ରଶ୍ମିତାର ପେଟରେ ଯନ୍ତ୍ରଣା ହୋଇଥିବା ସହ ଅଚେତ ହୋଇଥିବା ଯୋଗୁଁ ତାକୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାକୁ ଆସିବା ପୂର୍ବରୁ ହିଁ ରଶ୍ମିତାର ମୃତ୍ୟୁ ହୋଇଯାଇଛି ବୋଲି ଡାକ୍ତର ଘୋଷଣା କରିଥିଲେ । ଏହାର ସୂଚନା ପାଇ ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ଚତୁର୍ଥ ଲାଇନ୍‌ରେ ଥିବା ମୃତ ରଶ୍ମିତାଙ୍କ ମାଆ ଓ ପରିବାର ଛତ୍ରପୁର ଡାକ୍ତରଖାନାରେ ପହଞ୍ଚିଥିଲେ । ରଶ୍ମିତାକୁ ତାର ସ୍ୱାମୀ ଶଙ୍କର ମହାରଣା ମାନସିକ ଓ ଶାରୀରିକ ନିର୍ଯ୍ୟାତନ ଦେଇ ଆସୁଥିଲା । ଏଣୁ ରଶ୍ମିତାର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେଉଅଛି । ଏହାର ସଠିକ୍ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରଶ୍ମିତାର ମାତା ଅଶୋକ ମହାରଣା ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ରଶ୍ମିତାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ୫/୨୦୨୦ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ