ମହିଳାଙ୍କ ସ୍ୱର ମଦ ବିକ୍ରି ବନ୍ଦ ହେଉ

କଳାହାଣ୍ଡି ,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲାରେ ବେଆଇନ ଦେଶୀ ମଦ ବିକ୍ରି କୁ ବିରୋଧ କରି ଥାନା ର ଦ୍ୱାରସ୍ଥ ହେଲେ ଗୋଷ୍ଟି ମହିଳା | କୋକସରା ବ୍ଲକ ବୋବାରିଆ ଗାଁ ରେ ଦୀର୍ଘ ଦିନ ହେବ ଜଣେ ବ୍ୟକ୍ତି ଦେଶୀ ମଦ କାରବାର କରୁଥିବା ବେଳେ ବିଭିନ୍ନ ସମୟରେ ଗାଁ ର ମହିଳା ମାନେ ବିରୋଧ କରି ଆସୁଥିଲେ ଗତକାଲି ମହିଳା ମାନେ ସଂଘବଦ୍ଧ ହୋଇ ସ୍ଵର ଉତ୍ତୋଳନ କରିବାକୁ ଯାଇଥିବା ବେଳେ ତାଙ୍କୁ ସମ୍ପୃକ୍ତ ମଦ ବିକ୍ରି କରୁଥିବା ଲୋକ ଓ ତା ସପରିବାର ମିଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରି ତାଙ୍କ ଉପରେ ମଦ ଢାଳି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି ଓ କାର୍ଯନୁଷ୍ଠାନ ନେବାକୁ ମହିଳା ଗୋଷ୍ଟି ଦାବି କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ