ମହିଳାମାନଙ୍କ ନାମ ସମ୍ପତ୍ତି ପତ୍ରରେ ଯୋଡାଯିବା ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ରାୟଗଡ,(ଦୁର୍ଗା ପ୍ରସାଦ ପାଢ଼ୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ସ୍ୱତନ୍ତ୍ର ସ୍ୱାମୀତ୍ୱ ଯୋଜନାର ଇ-ସମ୍ପତି କାର୍ଡ ବିତ୍ତରଣ ଶୁଭାରମ୍ଭ କରିଛନ୍ତି l ଏହି ଯୋଜନାରେ ଭାରତର ୫୦ହଜାର ଗ୍ରାମରୁ ୬୫ଲକ୍ଷ ହିତାଧିକାରୀଙ୍କୁ ଏ ସମ୍ପତି କାର୍ଡ ପାଇବେ l ରାୟଗଡ ଜିଲ୍ଲାରେ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ,ଓଡିଶା ଶ୍ରୀଯୁକ୍ତ ସୁରେଶ ପୂଝIରୀ, ରIୟଗଡ଼ ବିଧାୟକ ଶ୍ରୀ କାଡ୍ରIକl ଆପଲସ୍ୱାମୀ, ଵିଷମ କଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକକା ଓ ଜିଲ୍ଲାପାଳ ରIୟଗଡ଼ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଇ-ସମ୍ପତି କାର୍ଡ ପ୍ରଦାନ କରିଛନ୍ତି l ରାୟଗଡ ଜିଲ୍ଲା ଅନ୍ତର୍ଗତ ରାୟଗଡ ତହସିଲ ଅଧୀନରେ ୨୧୨ଜଣ ଓ କୋଲନରl ତହସିଲରୁ ୩୦ଜଣ ମିଶି ଜିଲ୍ଲାର ସର୍ବ ମୋଟ ୨୪୨ଜଣ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଭାଷଣରେ କହିଲେ ଯେ ୨୦୨୦ ମସିହା ଏପ୍ରିଲ ୨୯ତାରିଖ ଜାତୀୟ ପଞ୍ଚାୟତ ଦିବସରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୁଗାନ୍ତକାରୀ ସ୍ୱାମୀତ୍ୱ ଯୋଜନା ବିଷୟରେ ବୁଝାଇଥିଲେ l ସ୍ୱାମୀତ୍ୱ ମାନେ ଜାଣୁ, ଯେ କୌଣସି ସମ୍ପତ୍ତି କିମ୍ବା ସାଧନ ଉପରେ ଅଧିକାର ଜାହିର କରିବା, ଅର୍ଥାତ ସଂଶାଧନ ଉପରେ ଆଇନ ଅନୁଯାୟୀ ମାଲିକାନାସତ୍ତ୍ଵ। ଏହି ବୈପ୍ଳବିକ ପଦକ୍ଷେପ ହେଉଛି ସ୍ୱାମୀତ୍ୱ। ଜମିଜମା ରେକର୍ଡର ଡିଜିଟାଇଜେସନ ମାଧ୍ୟମରେ ସ୍ପଷ୍ଟ ସମ୍ପତ୍ତି ଅଧିକାର ପ୍ରଦାନ ଏହାର ଆଭିମୁଖ୍ୟ। ଡ୍ରୋନ ସର୍ଭେ ଦ୍ୱାରା ଉଚ୍ଚମାନର ଫଟୋ ଉଠାଯାଇପାରୁଥିବା ଯୋଗୁଁ ଲୋକମାନଙ୍କର ଘରଦ୍ୱାର ବା ସମ୍ପତ୍ତିର ନିର୍ଭୁଲ ଏବଂ ଦୀର୍ଘସ୍ଥାୟୀ ସମ୍ପତ୍ତି ପତ୍ର ପ୍ରସ୍ତୁତ ହୋଇପାରୁଛି।
ସମ୍ପତ୍ତି ପତ୍ର ଚୂଡାନ୍ତ ହେବା ପୂର୍ବରୁ ସମ୍ପତ୍ତିର ମାଲିକ, ଦାବିଦାର ଇତ୍ୟାଦିଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରିବା ବ୍ୟବସ୍ଥା ବି ରହିଥିବା ଯୋଗୁଁ ଏଥିରେ ସ୍ୱଚ୍ଛତା ଏବଂ ପାରଦର୍ଶୀତା ସ୍ପଷ୍ଟ ଅନୁମେୟ।ଦେଶର ୧୦ଗୋଟି ରାଜ୍ୟ ଓ ୨ଗୋଟି କେନ୍ଦ୍ର ଶାସିତ ଅଞ୍ଚଳର ୫୦ ହଜାରରୁ ଉର୍ଦ୍ଧ ରାଜସ୍ୱ ଗ୍ରାମରେ ପ୍ରାୟ ୬୫ଲକ୍ଷ ହିତାଧିକାରୀଙ୍କୁ ଇ -ସମ୍ପତି କାର୍ଡ ବଣ୍ଟନ କରାଯିବା ପାଇଁ ସ୍ୱାମୀତ୍ୱ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଓଡିଶାରେ ୨୦୨୧ ମସିହା ଫେବୃଆରୀ ୫ ତାରିଖରେ ସ୍ୱାମିତ୍ୱ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଭାରତୀୟ ସର୍ବେକ୍ଷଣ ବିଭାଗ ସହିତ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଏବେ ସ୍ୱାମିତ୍ୱ ଯୋଜନାରେ ଓଡିଶାର ୫ଟି ଜିଲ୍ଲା ଯଥା ରାୟଗଡା, ଝାରସୁଗୁଡା, ଗଜପତି, ଢେଙ୍କାନାଳ ଏବଂ ନବରଙ୍ଗପୁରର ମୋଟ ୩,୦୩୯ ଗୋଟି ଗ୍ରାମରେ ସର୍ଭେ କାର୍ଯ୍ୟ ଚାଲୁଅଛି । ତନ୍ମଧ୍ୟରୁ ୨,୭୨୧ ଗୋଟି ଗ୍ରାମରେ ଭାରତୀୟ ସର୍ବେକ୍ଷଣ ବିଭାଗ ଦ୍ୱାରା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଭାରତୀୟ ସର୍ବେକ୍ଷଣ ବିଭାଗ ଉପରୋକ୍ତ ୫ ଟି ଜିଲ୍ଲାର ଡ୍ରୋନ ସର୍ଭେ ସାରିବା ପରେ ୧୭୮୫ ଗୋଟି ଗ୍ରାମର ୩୯୭୪ ଗୋଟି ମ୍ୟାପ-୧ କୁ ଭୂମିର ସତ୍ୟତା ଏବଂ ଯାଞ୍ଚ ପାଇଁ ସମ୍ପୃକ୍ତ ଜିଲ୍ଲା ମାନଙ୍କୁ ପ୍ରେରଣ କରିଛନ୍ତି l ବର୍ତ୍ତମାନ ସୁଦ୍ଧା, ରାୟଗଡା ଜିଲ୍ଲାର ୨ ହଜାର ୪୬୨ ଟି ମୌଜା ଏବଂ ୨୭୯ଟି ପଡାରେ ଡ୍ରୋନ ସର୍ଭେ ସରିଛି। ଜିଲ୍ଲାର ସମୁଦାୟ ୨ ହଜାର ୮୭୦ଜଣଙ୍କୁ ସମ୍ପତ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇ ସାରିଛି।
ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତ ରାୟଗଡ ଜିଲ୍ଲାବାସୀ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ସମ୍ପତ୍ତି ପତ୍ର ପ୍ରସ୍ତୁତିରେ ଯେଉଁ ଜନ ଭାଗିଦାରୀ ବା ସକ୍ରିୟ ସଂପୃକ୍ତି ଦେଖାଇଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି। ତ୍ରୁଟି ଶୂନ୍ୟ ତଥ୍ୟ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ, ସ୍ୱାମୀତ୍ୱ ଯୋଜନା ବାସ୍ତବିକ ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ। ପରିବାରର ମହିଳାମାନଙ୍କ ନାମ ସମ୍ପତ୍ତି ପତ୍ରରେ ଯୋଡାଯିବା ଯୋଗୁଁ ମହିଳା ସଶକ୍ତିକରଣ ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ ହୋଇପାରିଛି । ରୟାଗଡ଼ ଜିଲ୍ଲାର ହିତାଧିକାରୀ ଗଜେନ୍ଦ୍ର ସଂଗୀତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହିତ ବାର୍ତାଳାପ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ l
ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ଜନସଚେତନତା ମଧ୍ୟ କରାଯାଇଛି। ଆଗକୁ ମଧ୍ୟ ଆହୁରି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଦେଶରେ ଛୋଟରୁ ଛୋଟ, ଦୁର୍ଗମରୁ ଦୁର୍ଗମ ଅଞ୍ଚଳରେ ଏହି ସର୍ଭେ ହାତକୁ ନିଆଯାଇଛି। ଆମ ରାଜ୍ୟରେ ମଧ୍ୟ ନିଆଯିବ। ଥରେ ସମ୍ପତ୍ତି ପତ୍ର ହାତକୁ ଆସିଯିବା ପରେ ବ୍ୟାଙ୍କ ଋଣ ଏବଂ ଅନ୍ୟାନ୍ୟ ସୁବିଧା ସହଜରେ ଉପଲବ୍ଧ ହୋଇପାରୁଥିବା ଯୋଗୁଁ ମହାଜନୀ, ସୁଧଖୋରୀ ଉପରେ ନିର୍ଭର ନିଶ୍ଚିତ ଭାବରେ କମିବ। ଏହା ସହିତ ସରକାରଙ୍କ ତରଫରୁ ନିଆଯାଇଥିବା ଉନ୍ନତି ମୂଳକ ଯୋଜନା ସମ୍ପର୍କରେ କହିବାକୁ ଯାଇ ଧାନ କ୍ୱିଣ୍ଟାଲ ପିଛା ନୂତନ ସରକାର ୨୩୦୦ଟଙ୍କାରୁ ୩୧୦୦ଟଙ୍କା କରିଛନ୍ତି, ଅସୁବିଧା ସମୟରେ ସରକାର ଚାଷୀମାନଙ୍କ ସହିତ ଠିଆହୋଇଛନ୍ତି, ଭାରତ ସରକାର ପିଏମ କିଷାନ ଯୋଜନାରେ ୬ହଜାର ଟଙ୍କା ଦେଉଛନ୍ତ ଓ ରାଜ୍ୟ ସରକାର ସିଏମ କିଷାନ ଯୋଜନାରେ ୪ହଜାର ଟଙ୍କା ଦେଉଛନ୍ତି ll ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି, ପୁରୁଷ ମାନଙ୍କ ପାଇଁ ୫ଲକ୍ଷ ଓ ମହିଳା ମାନଙ୍କ ନିମନ୍ତେ ୧୦ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ନିମନ୍ତେ l ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ୧୫ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ପାଇଁ ଦେବେ l ପ୍ରତ୍ୟେକ ଏଏନଏମ ସେଣ୍ଟର ବର୍ତମାନ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ହେବ ଏବଂ ଚିକିତ୍ସା ସେବା ପାଇଁ ଲୋକ ଅସୁବିଧା ହେବେ ନହିଁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ l ଏହାପରେ ୧୦ଜଣ ହିତାଧିକାରୀ ମାନଙ୍କୁ ଇ-ସମ୍ପତି କାର୍ଡ ପ୍ରଦାନ କରିଥିଲେ l ଆରୋକ୍ଷୀ ଅଧିକ୍ଷିକା ରlୟଗଡ଼ ସୁଶ୍ରୀ ସ୍ୱାତୀ ଏସ କୁମାରଙ୍କ ଦ୍ୱାରା କଡା ସୁରକ୍ଷା କରାଯାଇଥିଲା l ଶେଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କେମୁଣ୍ଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ