ମହିଳାମାନେ ନଡ଼ିଆ ଭାଙ୍ଗିବା ମନା
ମା’ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଫଳ ହେଉଛି ନଡ଼ିଆ। କୁହାଯାଏ ନଡିଆରେ ତ୍ରିଦେବ ବାସ କରିଥାନ୍ତି। ତେବେ ଶାସ୍ତ୍ର ଅନୁସାରେ ମହିଳାମାନେ ନଡିଆ ଭାଙ୍ଗିବା ବର୍ଜିତ। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ କ’ଣ ? ନଡ଼ିଆ ଭାଙ୍ଗିବା ବଳି ଦେବା ପରି ହୋଇଥାଏ। ନଡ଼ିଆକୁ ପ୍ରଜନନର କାରକ ସହ ଯୋଡା ଯାଇଛି । ସାଧାରଣତଃ ସ୍ତ୍ରୀ ବୀଜ ରୂପରେ ଶିଶୁକୁ ଜନ୍ମ ଦେଇଥାଏ। ଏହି କାରଣରୁ ବୀଜ ରୂପି ନଡ଼ିଆକୁ ମହିଳାମାନେ ଭାଙ୍ଗିବା ଅଶୁଭ ବୋଲି ମନା ଯାଇଥାଏ।