ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନୀଷା ଚିନ୍ମୟୀ ବେହେରାଙ୍କ ସଭାପତିତ୍ୱରେ ନବଗଠିତ ଜିଲ୍ଲା

ବାଲେଶ୍ୱର, (ସରୋଜ ପଣ୍ଡା):ମହିଳାମୋର୍ଚ୍ଚାର ପଦାଧିକାରୀବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସଭା ସ୍ଥାନୀୟ ରେଣୁକା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଅଭିପ୍ସା ନାୟକ ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ I ନଗର ସଭାନେତ୍ରୀ ସୁସ୍ମିତା ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ I ପ୍ରଦୀପ ପ୍ରଜ୍ୱଳନ ଓ ଭାରତମାତା ପୂଜନ ପରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ , ମୁଖ୍ୟ ବକ୍ତା ଭାବେ ରାଜ୍ୟ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି , ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ଏବଂ ଈଶ୍ୱର ଚନ୍ଦ୍ର ବେହେରା ମଞ୍ଚାସିନ ହୋଇଥିଲେ I ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ତାଙ୍କ ସ୍ୱାଗତ ଭାଷଣରେ ନବଗଠିତ ପଦାଧିକାରୀ ମାନଙ୍କୁ ସ୍ୱାଗତ କରିବା ସହିତ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରି ସଙ୍ଗଠନକୁ ଶିର୍ଷତାକୁ ନେଇଯିବା ପାଇଁ ଆହ୍ୱାନ କରିଥିଲେ I ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ମହିଳାମୋର୍ଚ୍ଚାର ପଦାଧିକାରୀଙ୍କ ସାଙ୍ଗଠନିକ କାର୍ଯ୍ୟ, ଦାୟିତ୍ୱବୋଧ , ସମନ୍ୱୟତା ଓ ସମାଜର ଗରିବ ନିଷ୍ପେସିତ ଲୋକଙ୍କ ପାଇଁ ସମର୍ପିତ ମନଭାବ ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିଥିଲେ I ସମାଜରେ ଯେକୌଣସି ପରିବର୍ତ୍ତନ ପାଇଁ ନାରୀର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ତେଣୁ ଏ ଦିଗରେ ପଦାଧିକାରୀ ମାନଙ୍କୁ ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ I ଏହାପରେ ପଦାଧିକାରୀ ମାନଙ୍କୁ ମଞ୍ଚାସିନ ଅତିଥିବୃନ୍ଦ ପର୍ଯ୍ୟାୟ କ୍ରମେ ସମ୍ବୋଧିତ କରିଥିଲେ I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ