ମହିଳା ଆଇଏଏସ ଶିକ୍ଷାନିବେଶ ଦିନାହ ଦସ୍ତାଗିର ସୋରଡା ଦାଇତ୍ୱ ରେ
ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ବ୍ଲକ କାର୍ଯ୍ୟ।ଲୟ ରେ ସୋମବାର ଭାରତୀୟ ପ୍ରଶାସନିକ ସେବାର ଓଡିଶା କେଡ଼ର ୨୦୨୧ ବେଚ ର ମହିଳା ଆଇଏଏସ ଶିକ୍ଷାନିବେଶ ଦିନାହ ଦସ୍ତାଗିର ଯୋଗଦେଇ ବିଡ଼ିଓ ଦାୟିତ୍ଵ ଗ୍ରହଣ କରିଛନ୍ତି । ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ୨୩୫୯/୦୩/୧୨/୨୦୨୨ ପ୍ରକାରେ ବିଡ଼ିଓ ସିମାଞ୍ଚଳ ମଣ୍ଡଳ ଙ୍କ ଠାରୁ ସମସ୍ତ ଆର୍ଥିକ କ୍ଷମତା ଦାୟିତ୍ଵ ଗ୍ରହଣ କରିଛନ୍ତି । ବ୍ଲକ ର ସମସ୍ତ ବ୍ଯାଙ୍କ ମାନଙ୍କର ଖାତା ମଧ୍ୟ ପରିଚାଳନା କ୍ଷମତା ପ୍ରଦାନ କରାଯାଇଛି । ପ୍ରଥମ ଦିନରେ ସେ ଯୋଗଦେବାପରେ ବ୍ଲକ ର ପୂର୍ବତନ ବିଡ଼ିଓ ସିମାଞ୍ଚଳ ମଣ୍ଡଳ ,ଏବିଡ଼ିଓ ସଂଜୀବ ରାଜ ସେନାପତି ସମେତ ସମସ୍ତ ଅଧିକାରୀ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଏଠାରେ ୨ ମାସ ର ଶୈକ୍ଷିକ କାର୍ଯ୍ୟ କାଳ ସମୟରେ ଏମଜିଏନଆରଇଜିଏ ,୫ଟି କାମ ,ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଯଥେଷ୍ଠ ଧ୍ୟାନ ଦେବୀ ବୋଲି କହିଥିଲେ । ୨୬ ପଞ୍ଚାୟତ ତଥା ଆଦିବାସୀ ବହୁଳ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ର ସମସ୍ଯା ଥିବା ପ୍ରଶ୍ନରେ ସେ କହିଥିଲେ ଏଥି ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବୀ ଓ ସମସ୍ତ ବିକଶିତ ଦିଗ ପ୍ରତି ଅଗ୍ରସର ରହି କାର୍ଯ୍ୟ କରିବି । ସର୍ବ ଭାରତୀୟ ସ୍ତର ରେ ୬୩ ନମ୍ବର ରେଙ୍କ ତଥା ୯୯୪ ମାର୍କ ରଖି କୃତ କାର୍ଯ୍ୟ ହୋଇଥିବା ଏହି ମହିଳା ଆଇଏଏସ ଅଧିକାରୀ ଙ୍କ ସୋରଡା ରେ ଯୋଗଦାନ ଯୋଙ୍ଗୁ ଅଞ୍ଚଳର ସମସ୍ତ ଜନ ପ୍ରତିନିଧି ,ବୁଦ୍ଧିଜୀବୀ ,ସଂଗଠନ ଖୁସି ବ୍ୟକ୍ତ କରିଛନ୍ତି ।


