ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବନମାଳୀପୁରସ୍ଥିତ ବନମାଳୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ କଲ୍ୟାଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଜାନୁଆରୀ ୧୩ରୁ ମହିଳାମାନଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳ ସହିତ ସମାଜରେ ସେମାନେ କିପରି ଶରୀରକୁ ସୁସ୍ଥ ରଖିବା ସହିତ ସମସ୍ତ ବାଧାବିଘ୍ନକୁ ଦୈନନ୍ଦିନ ଜୀବନରେ କିପରି ସହଜରେ ଅତିକ୍ରମ କରିପାରିବେ, ଉକ୍ତ ଶିବିରରେ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରକୁ ଅଧ୍ୟାପିକା ସୁମିତ୍ରା ନାୟକ, ରମେଶ ଚନ୍ଦ୍ର ସାହୁ, ରଞ୍ଜନ ପ୍ରଧାନ ପରିଚାଳନା କରିବା ସହିତ ଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶେଷରେ ସମସ୍ତ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ