ମହିଳା ଆତ୍ମ ରକ୍ଷା ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀ ନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମହିଳା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଗଜପତି ଜିଲ୍ଲା ଟାଇକୋଣ୍ଡ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ପରିଚାଳନାରେ ମହିଳାଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା । ବ୍ଳକର ସମସ୍ତ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ମିଶନ ଶକ୍ତିରେ କାର୍ଯ୍ୟରତ ଏମ୍ ଵି କେ ଓ ସି ଆର ପି ମାନେ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ । ମିଶନ ଶକ୍ତିର ବି ପି ଏମ୍ ଇନଚାର୍ଜ ସମୀର କୁମାର ପାଢୀ, ବ୍ଳକ ସଂଯୋଜକ ଜଗନ କୁମାର ବାରିକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହି ଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ଭୂୟସ ପ୍ରଶଂସା କରାଯାଇଛି । ମହିଳା ମାନଙ୍କୁ ସଶକ୍ତିକରଣ କରିବା, ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରି ସମାଜରେ ସେମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ସାଙ୍ଗକୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରି କିପରି ମହିଳା ମାନେ ନିଜ ସୁରକ୍ଷା ନିଜେ କରି ପାରିବେ।ଏହା ଉପରେ ଗୁରୁତ୍ୱ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ