ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜଳଛତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :-ମା’ ଲକ୍ଷ୍ମୀ ମହିଳା ଆରୋଗ୍ୟ ସମିତି ପକ୍ଷରୁ ସହରର ଗୋପାଳଗାଁ ଜେନାସାହିରେ ଜଳଛତ୍ର ଆରମ୍ଭ ହୋଇଛି । ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସହାୟତରେ ସ୍ଥାପନ କରାଯାଇଥିବା ଏହି ଜଳଛତ୍ରକୁ ସ୍ଥାନୀୟ କାଉନସିଲର କାର୍ତ୍ତିକ ଚନ୍ଦ୍ର ସାହୁ ଉଦଘାଟନ କରିବା ସହ ଆରୋଗ୍ୟ ସମିତି କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ବର୍ଦ୍ଧିତ ଗ୍ରୀଷ୍ମ ପ୍ରକୋପରେ ପଥଚାରୀଙ୍କ ପାଇଁ ଏହା ବେଶ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଆରୋଗ୍ୟ ସମିତି ସଭାପତି ସୁଷମା ଜେନା, ସମ୍ପାଦିକା ପୂର୍ଣ୍ଣିମା ସାହା, କୋଷାଧ୍ୟକ୍ଷା ଚନ୍ଦ୍ରପ୍ରଭା ଜେନା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଜଳଛତ୍ର ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


