ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ମହିଳା ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୮ଦିନ ଧରି ଚାଲୁ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତଥା ଏହି ମହାବିଦ୍ୟାଳୟର ପରିଚାଳା ବୋର୍ଡର ସଭାପତି ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ସାଂପ୍ରତିକ ଯୁଗରେ ଝିଅମାନଙ୍କ ପାଇଁ ଆତ୍ମରକ୍ଷାର ଆବଶ୍ୟକତା ବିଷୟରେ ବୁଝାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶଙ୍କର ବକ୍ସି ଯୋଗଦେଇ ଆତ୍ମରକ୍ଷାର ଉପଯୋଗିତା ସମ୍ପର୍କରେ ବୁଝାଇଥିଲେ । କ୍ରୀଡା ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏନ୍ସିସି ଅଧ୍ୟାପିକା ଅନୀତା ପାଢୀ ଅତିଥି ପରିଚୟ ଦେବା ସହିତ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଗଜପତି ଜିଲ୍ଲାରେ ଥିବା ମୋଟ ୧୦ଗୋଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏହି ଆତ୍ମରକ୍ଷା ତାଲିମ ଦେବା ଦାୟିତ୍ୱ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଂସ୍କୃତି ଅଧ୍ୟାପିକା ଡି.ପ୍ରୀୟଙ୍କା, ଇତିହାସ ଅଧ୍ୟାପକ ତଥା ଏନ୍ଏସ୍ଏସ୍ ପିଓ ନୃସିଂହ ପ୍ରସାଦ ପାଣିଗ୍ରାହୀ, ଗୁରୁ ରଘୁନାଥ ପାତ୍ର, ଉଚ୍ଚମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।