ମହିଳା ଓ ଶିଶୁକନ୍ୟାର ବିକାଶ କାର୍ଯ୍ୟ ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ଗଂଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଉକ୍ରଳ ସେବାଶ୍ରମ ହଲ୍ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ମହିଳା ଓ ଶିଶୁକନ୍ୟାର ବିକାଶ କାର୍ଯ୍ୟ ପାଇଁ ହିଞ୍ଜିଳିକାଟୁ ବ୍ଳକ ପୋଡ଼ିଙ୍ଗି ଗ୍ରାମରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ତଥା ଜିଲ୍ଲାସ୍ତରୀୟ ତାଲିମଦାତା ଗିତାଂଜଳି ପାଢିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ, କିଶୋର ନ୍ୟାୟ ବୋର୍ଡ଼ର ସଭ୍ୟା ଭାରତୀ ପାଢି, ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ, ତାଲିମ ସଂଯୋଜକ ଶିବ ପ୍ରସାଦ ରଥ ପ୍ରମୂଖ ଅତିଥି ଭାବେ ମଂଚାସୀନ ଥିଲେ । ଗ୍ରାମାଂଚଳରେ ମହିଳା, ଶିଶୁକନ୍ୟା, ସ୍ୱଂୟ ସହାୟକ ଗୋଷ୍ଠୀରେ ସଶକ୍ତିକରଣ କରାଇବା, ମହିଳାଙ୍କୁ ସ୍ୱାବଲମ୍ବି କରାଇବା ଭଳି କାର୍ଯ୍ୟ ଗୁଡ଼ିକୁ ସୂଚାରୁ ରୂପେ ସମ୍ପାଦନା କରିପାରିଥିବା ଯୋଗୁଁ ଅଙ୍ଗନୱାଡ଼ି କର୍ମୀ ପାଢିଙ୍କୁ ମାନପତ୍ର, ଉପଢୈକନ ଓ ସିଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶୁଭ ସକାଳ ସ୍ୱେଛାସେବୀ ଅନୁଷ୍ଠାନର ସଭାପତି ସୁଜତା ପଟ୍ଟଠନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁବାସିନି ମହାନ୍ତି, ମହିଳା ନେତ୍ରୀ କିରଣବାଳା ପଣ୍ଡା, ରମା ସାହୁ, ରିନା ରାଣୀ ଗୌତମ ସମେତ ବହୁ ଶୁଭେଛୁ ପାଢିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ