ମହିଳା କଂଗ୍ରେସ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ଭୁବନେଶ୍ୱର, : ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏହି ଉପଲକ୍ଷେ ଏକ ପ୍ରଚାର ରଥ କରଯାଇଛି । ରଥର ଉଦ୍‌ଘାଟନ କରିଥିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ରଥରେ କରୋନା ସଚେତନତା ଉପରେ ଉପାଦେୟ ଲେଖାମାନ ପ୍ରଦର୍ଶିତ ହୋଇଛି । ମହିଳା କଂଗ୍ରେସ ନେତୃବୃନ୍ଦ ଏହି ରଥ ସହ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇ ସେଠାରେ କରୋନା ସଚେତନତା ଉପରେ ପ୍ରଚାର ପତ୍ର ବଣ୍ଟନ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ପଟ୍ଟନାୟକ ବିଶ୍ୱ ମହିଳା ଦିବସ ଉପଲକ୍ଷେ କହିଥିଲେ ଯେ, ଦେଶ ଓ ରାଜ୍ୟରେ ଏବେ ମହିଳା ଅସୁରକ୍ଷିତ । ବିଜେପି ଓ ବିଜେଡ଼ି ସରକାର ମହିଳା ସଶକ୍ତିକରଣ ଉପରେ ଡ଼ିଣ୍ଡିମ ପିଟୁଛନ୍ତି, ମାତ୍ର ଆମ ରାଜ୍ୟରେ ଦିନକୁ ୬ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ମହିଳା ସୁରକ୍ଷା ଆଜିର ଦିନରେ ସମସ୍ତଙ୍କ ପାଇଁ ଆହ୍ୱାନ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ସ୍ୱାଧୀନବାଳା ଦାସ, ଉମାରାଣୀ ପାତ୍ର, ସିପ୍ରା ସେନାପତି, କୁମୁମ ପ୍ରଧାନ, ଶ୍ରେୟା ପଣ୍ଡା, ଶ୍ରୀୟା ମହାନ୍ତି, ସୁବ୍ରତ ମହାପାତ୍ର, ଗାନ୍ଧି ଜେନା, ସୁଶାନ୍ତ ତ୍ରିପାଠୀ, ଜୟକୃଷ୍ଣ ସୁବୁଦ୍ଧି, ରସିକ ପଟ୍ଟନାୟକ, ରାଜକିଶୋର ବାରିକ, ଅଶୋକ ଦାସ, ସଞ୍ଜୟ ନାୟକ, ଆଶିଷ ମଲ୍ଲିକ, ମନୋଜ ସାହୁ, ପ୍ରସନ୍ନ ନାୟକ, ଅକ୍ଷୟ ଦାସ, ଦେବରାଜ ମିଶ୍ର, ମାନସୀ ସେଠୀ, ଶିବନ ମୁସାରଫ, ଲୁଲୁ ଅହମଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ