ମହିଳା କବାଡି ଟୁର୍ଣ୍ଣାମେଣ୍ଟ, ପିପୁଲସ କଲେଜ ଚମ୍ପିୟାନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଖେଳ ପଡ଼ିଆରେ ନଭେମ୍ବର ୩୦ ତାରିଖ ଦିନ ଅନୁଷ୍ଠିତ ତ୍ରୟୋଦଶତମ ଆନ୍ତଃମହାବିଦ୍ୟାଳୟ ଦୁଇ ଦିନିଆ ମହିଳା କବାଡି ଟୁର୍ଣ୍ଣାମେଣ୍ଟକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶ ଉଦଘାଟନ କରିଥିଲେ। ପିପୁଲସ କଲେଜ କ୍ରୀଡା ସଂଗଠନ ସମ୍ପାଦକ ଅଧ୍ୟାପକ ଅକ୍ଷୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଆନ୍ତଃମହାବିଦ୍ୟାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟରେ ବୁଗୁଡା କଲେଜ, ସିଟି କଲେଜ, ଆସିକା କଲେଜ , ସୋରଡ଼ା କଲେଜ, କେନ୍ଦୁପଦର କଲେଜ ଓ ରାଇକିଆ କଲେଜ ମୋଟ ଛଅ ଗୋଟି ମହାବିଦ୍ୟାଳୟର ମହିଳା କବାଡି ଟିମର ଛାତ୍ରୀବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ମ୍ୟାଚ ବୁଗୁଡା ପିପୁଲସ କଲେଜ ମହିଳା କବାଡି ଟିମ ଓ ବ୍ରହ୍ମପୁର ସିଟି କଲେଜ ମହିଳା କବାଡି ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲର ମ୍ୟାଚ ବୁଗୁଡା କଲେଜ ଓ ରାଇକିଆ କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବୁଗୁଡା ପିପୁଲ କଲେଜ ଟିମ ବିଜୟୀ ହୋଇ ଚମ୍ପିୟାନ ସିଲଡ଼ ହାତେଇଥିବା ବେଳେ ରାଇକିଆ କଲେଜ ଟିମ ରାନର୍ସ ଅପ ସିଲଡ଼ ପାଇଥିଲେ । ଡିସେମ୍ବର ୦୧ ତାରିଖ ଦିନ ଅନୁଷ୍ଠିତ ଉଦଯାପନି ଉତ୍ସବରେ କଲେଜର ପ୍ରିନସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ମୁଖ୍ୟବକ୍ତା ଭାବେ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ବୃନ୍ଦାବନ ନାୟକ ଯୋଗଦେଇଥିଲେ। ଅତିଥି ଦ୍ୱୟ ପିପୁଲସ କଲେଜ ମହିଳା କବାଡି ଟିମକୁ ଚମ୍ପିୟାନ ସିଲଡ଼ ପ୍ରଦାନ କରିଥିବା ବେଳେ ରାଇକିଆ କଲେଜ ମହିଳା କବାଡି ଟିମକୁ ରନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ