ମହିଳା କାଉନସିଲର ଙ୍କୁ ଅନ୍ୟ ଜଣେ କାଉନସିଲର ଖରାପ ବ୍ୟବହାର କରିବା ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରି ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଷ୍ଟେସନ କ୍ଳବ ଠାରେ ବାଲେଶ୍ଵର ମ୍ୟୁନିସିପାଲିଟି ୨୩ ନମ୍ବର ୱାର୍ଡ କାଉନସିଲର ଶଶି ରେଖା ମହାନ୍ତି ଙ୍କୁ ଜାତି ଉଠାଇ ଖରାପ ବ୍ୟବହାର କରିଥିବା ୨୨ନମ୍ବର ୱାର୍ଡ କାଉନସିଲର ଶମ୍ବୁ ଓରଫ ଦେବାଶିଷ ସିଂ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ କୈଳାଶ ସେଠୀ,କାଉନସିଲର ଶଶି ରେଖା ମହାନ୍ତି,ସେକ ଆୟୁବ,କାର୍ତ୍ତିକ ଚନ୍ଦ୍ର ସାହୁ, ମିତା ପଟ୍ଟନାୟକ, ମୀନା ମହାନ୍ତି,ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ,ସବିତା ରାଣୀ ଦାସ, ମିରାଜ ବାନୋ,କବିତା ମୁର୍ମୁ, ସନ୍ଧ୍ୟାରାଣୀ ଜେନା,ଶୋଭା ମହାପାତ୍ର ପ୍ରମୁଖ ବିଜେଡି କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଥାଉକି, ଗତ ୩୧ ତାରିଖ ୨୩ ନମ୍ବର ୱାର୍ଡର ରାସ୍ତାରେ ଶଶି ରେଖା ଙ୍କୁ ୨୨ ନମ୍ବର ୱାର୍ଡର କାଉନସିଲର ଜାତି ଉଠାଇ ଖରାପ ଭାଷାରେ ଗାଳି ଗଲୋଜ କରିଥିବା ନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣାର ୨୨ ନମ୍ବର ୱାର୍ଡର କାଉନସିଲର ଏକ ପାଲଟା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଶଶି ରେଖା ଙ୍କ ସମେତ ୧୧ ଜଣ ବିଜେଡି କାଉନସିଲର ଏସପି ଙ୍କ ଠାରେ ଘଟଣା ସମ୍ପର୍କରେ ଲିଖିତ ଜଣାଇଥିଲେ।ମାତ୍ର ୧୦ ଦିନ ବିତି ଯାଇଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ