ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବାଲେଶ୍ଵର ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର, (ସରୋଜ ପଣ୍ଡା):ସ୍ଥାନୀୟ ରଜବାଗିଚା ସ୍ଥିତ ବ୍ରିଟ କଲ୍ୟାଣ ମଣ୍ଡପ ଠାରେ ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ବାଲେଶ୍ଵର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ସଂଘର ଜିଲ୍ଲା ସଭାପତି ରାଜେଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ ଯେ, ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ର ନାମ ପରିବର୍ତ୍ତନ କରି କୃଷି ସମ୍ପ୍ରସାରଣ ଅଧିକାରୀ ପଦବୀ ରଖା ଯିବା, ଗ୍ରେଡ ପେ ୨୦୦୦ ଟଙ୍କାରୁ ୪୨୦୦ ଟଙ୍କା କୁ ବୃଦ୍ଧି କରାଯିବା,ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଚାକିରୀ କାଳ ମଧ୍ୟରେ ସର୍ବନିମ୍ନ ୩ରୁ୪ ଗୋଟି ପଦୋନ୍ନତି ଏବଂ ପଦୋନ୍ନତି ଅବଧିର ସଙ୍କୋଚନ ବା ଉଚ୍ଛେଦ ପାଇଁ କେଡର ନିୟମର ପୁନଃ ଗଠନ ତୁରନ୍ତ କରାଯିବା,ସାଧାରଣ ପ୍ରଶାସନ ବିଭାଗ ଦ୍ଵାରା ଚୁକ୍ତି ଭିତ୍ତିକ ବ୍ୟବସ୍ଥାର ବିଲୋପ ପରେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ସମୟକୁ ମୂଳ ଚାକିରୀରେ ଗଣନା କରି ୬ ଟି ନୋସ ନାଲ ଇଙ୍କରୀମେଣ୍ଟ ପ୍ରଦାନ କରିବା, ପଞ୍ଚାୟତ ବା ବ୍ଲକ୍ ଠାରେ କାର୍ଯ୍ୟାଳୟ ସହ ସରକାରୀ କାମ ପାଇଁ କମ୍ପ୍ୟୁଟର ଓ ମୋବାଇଲ ଚାର୍ଜ ଖର୍ଛି ପ୍ରଦାନ କରିବା ଆଦି ଦାବି ସମ୍ପର୍କରେ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତିପ୍ରକାଶ ବେହେରା,ଉଦୟ ଖଟୁଆ,ରୁଦ୍ର ନାରାୟଣ ମଲ୍ଲିକ,ହରେକୃଷ୍ଣ ରଣା,ବିଶ୍ଵନାଥ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ