ମହିଳା ଙ୍କୁ ଆକ୍ରମଣ ତଦନ୍ତ ଜାରି
(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଇଙ୍ଗିନାଠି ଗ୍ରାମରେ ଘଟିଛି ଏକ ଅଭାବନୀ ଘଟଣା । ଗୋଟିଏ ପରିବାରର ତିନି ଜଣଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଗ୍ରାମର ଶତ୍ରୁଘନ ଗୌଡ଼ ନାମକ ଜଣେ ବ୍ୟକ୍ତି ଗୋଟିଏ ଖଣ୍ଡା ରେ ସେହି ଗ୍ରାମର ଦେବରାଜ ଗୁରୁ ଙ୍କ ଘର ଭିତରେ ପଶି ତାଙ୍କ ମୁଣ୍ଡ କୁ, ବୋହୁ ସମିତା ଗୁରୁ ଙ୍କ ହାତ କୁ ଏବଂ ତାଙ୍କ ଝିଆରୀ ପିଙ୍କି ଗୁରୁ ଙ୍କ ଉପରକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି, ଯାହାଫଳରେ ଗାଁ ଲୋକେ ବେଲଗୁଣ୍ଠା ଫାଣ୍ଡି ରେ ଏହି ଘଟଣା ସମ୍ପର୍କ ରେ ଜଣାଇବା ପରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ଅପରାଧୀ ଙ୍କୁ ଥାନା ରେ ଅଟକ ରଖିଥିବା ବେଳେ, ଆହତ ବ୍ୟକ୍ତି ମାନଙ୍କୁ ପୋଲିସ ଭ୍ୟାନ୍ ରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛନ୍ତି, ଡାକ୍ତର ସେଠାରେ ସେମାନଙ୍କର ଚିକିତ୍ସା କରୁଛନ୍ତି ଏବଂ ଏହି ଘଟଣା ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣା ର ତଦନ୍ତ କରୁଛି ।