ମହିଳା ଙ୍କୁ ଗାଁ ରାସ୍ତାରେ ଟଣା ଓଟରା ଓ ଶ୍ୱଶୁର,ଦିଅର ଙ୍କୁ ହତ୍ୟାଉଦ୍ୟମ ମାମଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ରୀତା ସେଠୀ ଙ୍କୁ ଚୁଟି ଧରି ଗାଁ ରାସ୍ତାରେ ଘୋଷାରି ଆକ୍ରମଣ ଏବଂ ରୀତା ଙ୍କ ଶ୍ବଶୁର ପ୍ରକାଶ ସେଠୀ ଓ ଦିଅର ପାଣ୍ଡା ସେଠୀ ଙ୍କୁ ହତ୍ୟା ଉଦ୍ୟମ ମାମଲା ରେ ଦିଗପହଣ୍ଡି ପୋଲିସ ଶୁକ୍ରବାର ବାଗଡା ଗ୍ରାମର ପ୍ରଶାନ୍ତ କୁମାର ସେଠୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୭୨/୨୩ ଦଫା – ୨୯୪/୩୨୩/୩୫୪(ଖ)/୩୦୭ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ବୁଧବାର ରାତି ପ୍ରାୟ ୧୦ ଟା ରେ ଅଭିଯୁକ୍ତ ରୀତା ଙ୍କ ଘର ପାଖକୁ ଯାଇ ଗାଳି ଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ଚୁଟି ଧରି ତଳେ ଘୋଷାଡି ଆକ୍ରମଣ ଓ ଅସଦାଚରଣ କରିଥିଲେ।ଏହି ସମୟରେ ମହିଳାଙ୍କ ଶ୍ବଶୁର ପ୍ରକାଶ ସେଠୀ ଏବଂ ଦିଅର ପାଣ୍ଡା ସେଠୀ ଛଡ଼ାଇବାକୁ ଆସିବାରୁ ଅଭିଯୁକ୍ତ ଜଣକ ଉଭୟଙ୍କୁ ଠେଙ୍ଗା ରେ ନିସ୍ତୁକ ମାଡ଼ ମାରିଥିଲେ।ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ପାଣ୍ଡା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି।


