ମହିଳା ଙ୍କୁ ଟଣାଓଟରା ଓ ଆକ୍ରମଣ ଅଭିଯୋଗ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି – ଚିକିଟି ରାସ୍ତାର ଦଳିତ ସାହିରେ ଜଣେ ମହିଳାଙ୍କୁ ଟଣାଓଟରା ଓ ଆକ୍ରମଣ କରାଯାଇଥିବା ନେଇ ଦିଗପହଣ୍ଡି ଥାନାରେ ଏତଲା ହୋଇଛି। ଏତଲାକୁ ଭିତ୍ତିକରି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୩୯୨/୨୨ ଦଫା -୩୪୧/୩୨୩/୩୫୪(ଖ)/୨୯୪/୫୦୬/୩୪ ଆଇ ପି ସି ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡିଛି।ଶନିବାର ସନ୍ଧ୍ୟା ରେ ମହିଳା ଜଣକ ସାହି ରାସ୍ତା ରେ ମାଛ ବିକ୍ରି କରୁଥିବା ବେଳେ ଅଭିଯୁକ୍ତ ଚନ୍ଦନ ନାୟକ ଙ୍କ ବାଇକ ମହିଳାଙ୍କୁ ଧକ୍କା ଦେଇଥିଲା।ମହିଳା ଜଣକ ପ୍ରତିବାଦ କରିବାରୁ ଚନ୍ଦନ ଏବଂ ତାଙ୍କ ମାଆ ମିଶି ମହିଳାଙ୍କୁ ରାସ୍ତା ଉପରେ ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ।ଆକ୍ରମଣରେ ଆହତ ମହିଳାଙ୍କୁ ପରିବାର ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।


