ମହିଳା ଙ୍କୁ ବିଭଛ ହତ୍ୟା ଘଣାରେ ଅଭିଯୁକ୍ତ କୁ ଗିରଫ କଲା ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଦିଗପହଣ୍ଡି ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ମହୁଡା ଗ୍ରାମ ର ନୂଆସାହିରେ ଘର କାନ୍ଥ ବିବାଦକୁ ନେଇ ଘଟିଥିବା ଘଟଣାର ହତ୍ୟା କାରି ରବୀନ୍ଦ୍ର କୁମାର ନାହାକ କୁ ପୋଲିସ ଗିରଫ କରିଛି। ଗତ ୨୩/୧୧/୨୧ ଅପରାହ୍ନରେ ଜଣେ ମହିଳାଙ୍କୁ ନିଜ ଘର ସମ୍ମୁଖରେ ବିଭତ୍ସ ଭାବେ ହତ୍ୟା କରିଥିଲା। ମୃତ ମହିଳା ଜଣକ ହେଲେ ବିଜୟଲକ୍ଷ୍ମୀ ମହାନ୍ତି (୫୫) ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସୂଚନା ପ୍ରକାରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଉକ୍ତ ଗ୍ରାମରେ ମହିଳା ଜଣକ ଦୀର୍ଘବର୍ଷ ଧରି ରହିଆସୁଥିବା ବେଳେ ସେ ଅବିବାହିତ ଭାବରେ ଏକାକୀ ଜୀବନ କାଟୁଥିଲେ । ତେବେ ରହୁଥିବା ଘର କାନ୍ଥକୁ ନେଇ ପୂର୍ବରୁ ପଡୋଶୀ ରବିନ୍ଦ୍ର ନାହାକଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ମହିଳା ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ରବିନ୍ଦ୍ର ଓ ତାଙ୍କ ପରିବାର ମିଶି ମହିଳାଙ୍କୁ ହତ୍ୟା କରି ଘର ତାଲା ପକାଇ ଫେରାର ରହିଥିବା ପୋଲିସ ପକ୍ଷରୁ ଖବର ମିଳିପାରିଛି । ତେବେ ବିଳମ୍ବିତ ରାତିରେ ଦିଗପହଣ୍ଡି ପୋଲିସ କୌଣ ସି ସୁତ୍ରରୁ ଖବରପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏସ୍ଆଇ ବଳଭଦ୍ର ଗଣ୍ଡ , ମାଧବ ଚନ୍ଦ୍ର ଟାକିରୀ , ଏ . ସ୍ବର୍ଣ୍ଣଲତା ପାତ୍ର ସମେତ ପୋଲିସ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଘଟଣାପରେ ଦିଗପହଣ୍ଡି ଥାନା ପକ୍ଷରୁ ମାମଲା ରୁଜୁ କରି ମୃତ ମହିଳାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ । ତେବେ ହତ୍ୟାକାଣ୍ଡ ଘଟାଇ କରି ଫେରାର ରହିଥିବା ରବିନ୍ଦ୍ରଙ୍କ ପରିବାରକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ।ତେବେ ଅଭିଯୁକ୍ତ ଗିରଫ କରିବାରେ ଦିଗପହଣ୍ଡି ପୋଲିସ ସଫଳ ହୋଇଛି। ଏ ନେଇ ଅଧିକ ସୂଚନା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ କୁ ପୋଲିସ ଘଟଣା ରେ ଆଉ କୋଉ ମାନେ ସଂପୁକ୍ତ ଅଛନ୍ତି ତାହା ତଦନ୍ତ ଜାରି ରଖିଥିବା ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇ ଥିବା ଜଣାପଡିଛି।


