ମହିଳା ଙ୍କ ସନ୍ଦେହଜନକ ମୃତୁ
ଚୌଦ୍ୱାର (ସଞ୍ଜୀବ କୁମାର ତିୱାରୀ): ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମରେ ଜଣଙ୍କ ଘରୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ନିଜ ଘରୁ ଉଧାର ହୋଇଛି।ମୃତା ମହିଳା ଜଣଙ୍କ ହେଉଛନ୍ତି ଗ୍ରାମ ର ବେହେରା ସାହିର କୈଳାଶ ଚନ୍ଦ୍ର ବେହେରା ଙ୍କ ପତ୍ନୀ ରୀତିକା ବେହେରା (୩୩)।ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ରିତିକା ଏକୁଟିଆ ନିଜ ରୁମରେ ଶୋଇଥିଲେ।ସକାଳେ ପ୍ରାୟ ସାଢ଼େ ଆଠଟା ସମୟରେ କୈଳାଶ ଉଠି ପତ୍ନୀ ଉଠିନଥିବା ଜାଣି ଶୋଇଥିବା କବାଟବାଡେଇଥିଲେ ମଧ୍ୟ ନଖୋଲିବାରୁ ସେ ସନ୍ଦେହରେ କବାଟ ଭାଙ୍ଗି ଦେଖିଲା ବେଳକୁ ରିତିକା ନିଜ ଶାଢ଼ୀ ବେକରେ ଗୁଡେଇ ଫ୍ୟାନ ରେ ଓହଳି ପଡିଛନ୍ତି।ତାଙ୍କର ଜୀବନ ନଥିବା ଫେଖି କୈଳାଶ ସଂଗେ ସଂଗେ ଚୌଦ୍ୱାର ଥାନାକୁ ଜଣାଇଥିଲେ।ଚୌଦ୍ୱାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ତଳକୁ ଓଲହାଇ ଆବଶ୍ୟକୀୟ ପଞ୍ଚନାମା କରିବାପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଦମେଡିକାଲ ପଠାଇ ତଦନ୍ତ ଜାରି ରଖିଛନ୍ତି।ରିତିକାଙ୍କ ହାତରେ ଗଭୀର କ୍ଷତ ଚିହ୍ନ ଥିବାର ଦେଖାଯିବା ସହ ଗୋଡ ଦୁଇଟି ପୁରାପୁରି ତଳେ ଲାଗିଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ କହିଛି। ଗତ ତିନି ଦିନ ମଧ୍ୟରେମଧ୍ୟରେ ତିନିଟି ଅପମୃତ୍ୟୁ ମାମଲା ରୁଜୁ ହେବା ଘଟଣା ଚୌଦ୍ୱାର ପୋଲିସ ର ମୁଣ୍ଡବ୍ୟଥାର କାରଣ ପାଲଟିଛି।ଗତ ତିନି ଦିନ ତଳେ ମଙ୍ଗରାଜପୁର ଜଙ୍ଗଲରୁ ଜଣେ ଯୁବତୀର ଗଳିତ ଶବ ଉଦ୍ଧର,ଦୁଇଦିନ ତଳେ ଓଟିଏମ କଲୋନୀ ରେ ବାପକୁ ହତ୍ୟା କରି ପୁଅର ଆତ୍ମହତ୍ୟା ଓ ଆଜି ଆଗ୍ରାହାଟରେ ମହିଳାଙ୍କ ସନ୍ଦେହ ଜନ କ ମୃତ୍ୟୁ ଘଟଣା ଅଂଚଳରେ ଲକ ଡାଉନ ବେଳେ ପୋଲିସ ର ମୁଣ୍ଡ ବ୍ୟଥାକୁ ଆହୁରି ବଢ଼େଇଦେଇଛି ।