ମହିଳା ଟି୨୦ ବିଶ୍ବକପ୍ : ଭାରତର କ୍ରମାଗତ ଦ୍ବିତୀୟ ବିଜୟ
ପର୍ଥ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମହିଳା ଟି ୨୦ ବିଶ୍ବକପ୍ ମୁକାବିଲାରେ ସହଜ ବିଜୟ ହାସଲ କରିଛି ଭାରତ । କ୍ରମାଗତ ଦ୍ବିତୀୟ ବିଜୟ ସହିତ ଟେବୁଲ୍ ଟପ୍ପର ରହିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୪୨ ରନ୍ କରିଥିବା ବେଳେ ବୋଲରଙ୍କ ସଫଳତା ବଳରେ ଭାରତ ମ୍ୟାଚ୍କୁ ୧୮ ରନ୍ରେ ଜିତି ନେଇଥିଲା । ୧୪୩ ରନ୍ର ବିଜୟ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ପକ୍ଷରୁ ନିଗାର ସୁଲତାନା(୩୫) ଏବଂ ମୁର୍ଶିଦା ଖାତୁନ୍(୩୦)ଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା କାରଣରୁ ଦଳ ବିଜୟ ଠାରୁ ୧୮ ରନ୍ ଦୂରରେ ରହିଥିଲା । ଭାରତ ପକ୍ଷରୁ ପୁନମ ଯାଦବ ୧୮ ରନ୍ ବିନିମୟରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଶିଖା ପାଣ୍ଡେ ଏବଂ ଅରୁନ୍ଧତୀ ରେଡ୍ଡୀ ପ୍ରତ୍ୟୋକ ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ଓପ୍ନର ଶେଫାଳି ବର୍ମା ସର୍ବାଧିକ ୩୯ ରନ୍ ସଂଗ୍ରହ କରିଥିବା ବେଳେ ଜେମିମା ରଡ୍ରିଗ୍ଜ ୩୩ ରନ୍ ସଂଗ୍ରହ କରିଥିଲେ । ଶେଷଭାଗରେ ବେଦା କୃଷ୍ଣମୂର୍ତ୍ତି ଆକ୍ରମଣାତ୍ମକ ୨୧ ରନ୍ ସଂଗ୍ରହ କରିବାରୁ ଭାରତ ୧୪୦ ରନ୍ ଅତିକ୍ରମ କରିଥିଲା । ବାଂଲାଦେଶ ପକ୍ଷରୁ ସଲ୍ମା ଖାତୁନ୍ ଏବଂ ପାନ୍ନା ଘୋଷ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଶେଫାଳି ବର୍ମାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।