ମହିଳା ଟ୍ରାଫିକ ଥାନା ଇନ୍ସପେକ୍ଟରଙ୍କୁ ଆକ୍ରମଣ , ୨ ଅଭିଯୁକ୍ତ ଗିରଫ

ଯାଜପୁର , (ଯୁଗାବ୍ଦ ନ୍ୟୁଜ) :   ଡିୟୁଟିରେ ଥିବା ସମୟରେ  ଚଣ୍ଡିଖୋଲ ଟ୍ରାଫିକ ଥାନା ଇନ୍ସପେକ୍ଟର ବିଜୟିନୀ ମଲ୍ଲ ଦୁର୍ବୃତଙ୍କ ଆକ୍ରମଣରେ ଆହତ ହୋଇଥିଲେ । ଏହି ଘଟଣାରେ ବଡ଼ଚଣା ପୁଲିସ ୨ଜଣ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ହେଲେ ଧର୍ମଶାଳା ଥାନା ନେଉଳପୁର ଅଂଚଳର ସେକ ରିଜୁଆନ ଅଲି ଏବଂ ସେକ ସରିଫୁଲ ହକ। ମଙ୍ଗଳବାର ପ୍ରାୟ ରାତି ୯ଟା ସମୟରେ ବିଜୟିନୀ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡିଚେକିଂ କରୁଥିବା ବେଳେ ଏମାନେ ଢେଲାମାଡ଼ କରି ଫେରାର ହୋଇଯାଇଥିଲେ। ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ବଡ଼ଚଣା ମେଡିକାଲ ନିଆଯାଇ ଚିକିତ୍ସା କରାଯିବା ସହ ତାଙ୍କ ମୁଣ୍ଡରେ 6ଟି ଷ୍ଟିଜ ଲାଗିଥିଲା। ଏନେଇ ସେ ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ତେବେ ପୁଲିସ ଆଜି ଆକ୍ରମଣକାରୀ ଅଭିଯୁକ୍ତ ଦ୍ୱୟଙ୍କୁ ନେଉଳପୁରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ପୁଲିସ ଯାଞ୍ଚ ସମୟରେ ଟ୍ରାଫିକ ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିବା ଅଭିଯୁକ୍ତ ଦ୍ୱୟ ସ୍ୱୀକାର କରିଥିବା ବଡ଼ଚଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ