ମହିଳା ଡିଗ୍ରି ମହାବିଦ୍ୟାଳୟ କୁ ୬୦ଲକ୍ଷ ଟଙ୍କାର ଅନୁଦାନ

ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଲେ ଛତ୍ରପୁର ବିଧାୟକ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ସହରରେ ଥିବା ମହିଳା ଡ୍ରିଗ୍ରୀ ମହାବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ପ୍ରୋବ୍ଲେମ ଫଣ୍ଡ ରୁ ୬୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟର ୫ଟି ଶ୍ରେଣୀ କକ୍ଷ ଓ ବଡ ପରୀକ୍ଷା ହଲ ନିମନ୍ତେ ମୁଖ୍ୟମନ୍ତ୍ରୀ ଏହି ଅନୁଦାନ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ମହାବିଦ୍ୟାଳୟ ଛାତ୍ରୀ , ପୁରାତନ ଛାତ୍ରୀ , ଅଭିଭାବକ , ଛତ୍ରପୁର ସହରର ବହୁମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହିତ ୫ଟି ସଚିବ, ଯୋଜନା ସମନ୍ୱୟ ବିଭାଗର ମନ୍ତ୍ରୀ ଓ ସଚିବ , ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ବିଧାୟକ ଶ୍ରୀ ବେହେରା ଧନ୍ୟବାଦ ଜଣାଇଛନ୍ତି । ମହାବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଯୋଗ ଦେଇ ମହାବିଦ୍ୟାଳୟର ଉନ୍ନତି କୁ ଆଖି ଆଗରେ ରଖି ଭିତ୍ତିଭୁମିର ସ୍ଥାୟୀ ସମାଧାନ ନିମନ୍ତେ ଏହି ଅନୁଦାନ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସବୁବେଳେ ନାରିମାନଙ୍କ ଶିକ୍ଷାର ଉନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଏଣୁ ମହାବିଦ୍ୟାଳୟକୁ ୬୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ମହାବିଦ୍ୟାଳୁକୁ ଅନୁଦାନ ପ୍ରଦାନ କରିବା ନିମନ୍ତେ ୫ଟି ସଚିବ ଙ୍କ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାପାଲ ପର୍ଯ୍ୟନ୍ତ ସମସ୍ତଙ୍କ ଅବଦାନ ରହିଛି । ଆମେ ସମସ୍ତେ ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା । ସମସ୍ତ ଛାତ୍ରୀ ମାନେ ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇବା ନିମନ୍ତେ ଶ୍ରୀ ବେହେରା କହିଥିଲେ । ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଂପାଦକ ପ୍ରଫୁଲ କୁମାର ପଟ୍ଟନାୟକ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ଛତ୍ରପୁର ବିଧାୟକଙ୍କୁ ଧନ୍ୟବାଦ ଦେବା ସହିତ ଛତ୍ରପୁର ବିଧାୟକଙ୍କ ଦ୍ୱାରା ଏହା ସଫଳ ହୋଇଛି ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସୁମିତା ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଛାତ୍ରୀମାନଙ୍କ ଉତ୍ତମ ଭବିଷ୍ୟତ କାମନା କରିଥିଲେ । ମହାବିଦ୍ୟାଳୟର ଛାତ୍ରୀ ମନିସା ସାହୁ ଓ ପୁରାତନ ଛାତ୍ରୀ ସୋନମ ସୁଲଗ୍ନା ଦାସ ନିଜ ଭାଷଣ ମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପିକା କବିତା ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଯାଜ୍ଞସିନି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛତ୍ରପୁର ମହିଳା ମହାବିଦ୍ୟାଳୟ ର ପୁରାତନ ଛାତ୍ରୀ ତଥା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରେ ଅଧ୍ୟୟନରତ ଥିବା ଯୁକ୍ତ ତିନି ତୃତୀୟ ବର୍ଷର ଇତିହାସ ହନର୍ସ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଲିଜାରାଣି ବେହେରା ଏବଂ ଯୁକ୍ତ ତିନି ତୃତୀୟ ବର୍ଷ ଇତିହାସ ହନର୍ସ ରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ସଙ୍ଗୀତା ବେହେରାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ପକ୍ଷରୁ ଯୁକ୍ତ ତିନି ର ମନିସା ସାହୁ ଓ ପୁରାତନ ଛାତ୍ରୀ ସୋନମ ସୁଲଗ୍ନା ଦାସ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସରକାରୀ ଓକିଲ ମନୋଜ କୁମାର ପାଢି, ଭୈରବୀ କୁମାର ପଟ୍ଟନାୟକ , ଡମିନାଥ ସାହୁ ଓ କାଳିପ୍ରସାଦ ଦାଶ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାଶ, ପ୍ରଦୋଷ କୁମାର ବେହେରା, କିଶୋର ଚନ୍ଦ୍ର ସେନାପତି, ବି.ରାଜୁବାବୁ, ଅଟ୍ଟଳ ବିହାରୀ ପଟ୍ଟନାୟକ, ଟି.ଚନ୍ଦ୍ରଶେଖର ରାଓ, ଅଷିଭୂଷଣ ସାହୁଙ୍କ ବହୁ ଛାତ୍ରୀ, ପୁରାତନ ଛାତ୍ରୀ, ଅଭିଭାବକ ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତ ଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ