ମହିଳା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଅଧ୍ୟକ୍ଷା ଡ.ସୁମିତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ ଛାତ୍ରୀମାନଙ୍କୁ ଦିଗ୍ଦର୍ଶନ ଦେବା ସହ ସଦାବେଳେ ମୁହଁରେ ହସ ଫୁଟାଇ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଅଧ୍ୟାପିକା କବିତା ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସ୍ତରରେ ୨୦୧୮ ବର୍ଷ ପରୀକ୍ଷାରେ ଇଂରାଜୀ ବିଭାଗରେ ଏହି କଲେଜର ଛାତ୍ରୀ ସୋନମ ସୁଲଗ୍ନା ଦାଶ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଲିପ୍ସା ସାହୁ ଷଷ୍ଠ ଏବଂ ତପିସ୍ପିନୀ ବିଶ୍ୱାଳ ସପ୍ତମ ସ୍ଥାନରେ ରହିଛନ୍ତି । ସେହିପରି ଗୃହ ବିଜ୍ଞାନ ବିଭାଗରେ ବିନୋଦିନୀ ବେହେରା ପ୍ରଥମ ସ୍ଥାନ, କଳ୍ପନା କୁମାରୀ ରଥ ପଞ୍ଚମ, ମାନସି ପ୍ରଧାନ ୮ମ ଏବଂ କାଜଲ କୁମାରୀ ନାୟକ ନବମ ସ୍ଥାନରେ ରହିଛନ୍ତି । ସେହିପରି ମନସ୍ତତ୍ୱ ବିଭାଗରେ ରୁବି ସେଠୀ ତୃତୀୟ ସ୍ଥାନରେ, ପ୍ରିତି କୁମାରୀ ସାହୁ ପଞ୍ଚମ ସ୍ଥାନ, ଅନୀଶା ପାଢୀ ଷଷ୍ଠ ସ୍ଥାନ ଏବଂ ଡି.କଲ୍ୟାଣୀ ଦଶମ ସ୍ଥାନରେ ରହିଛନ୍ତି । ସେହିପରି ୨୦୧୯ ବର୍ଷ ପରୀକ୍ଷାରେ ଇଂରାଜୀ ବିଭାଗରେ ସିଚ୍.ସୃତିଲୟା ତୃତୀୟ ସ୍ଥାନରେ ରହିଥିବା ବେଳେ ବର୍ଷ ରାଣୀ ବିଷୋୟୀ ଅଷ୍ଟମ ସ୍ଥାନରେ ରହିଛନ୍ତି । ଗୃହ ବିଜ୍ଞାନ ବିଭାଗରେ ଏସ୍.ଚନ୍ଦ୍ରିକା ରେଡ୍ଡୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମନସ୍ତତ୍ୱ ବିଭାଗରେ ପି.ସୁଜ୍ଞାନୀ ପାତ୍ର ଷଷ୍ଠ ସ୍ଥାନରେ ରହିଛନ୍ତି । ସେହିପରି ୨୦୧୯-୨୦ ବର୍ଷରେ ଏହି କଲେଜର ଯୁକ୍ତତିନି ଶେଷ ବର୍ଷର ଛାତ୍ରୀ ଅଞ୍ଜଳୀ ଗୌଡ ଚାମ୍ପିଅନ୍ ହୋଇଥିଲେ । ଏହି ସମସ୍ତ କୃତୀ ଛାତ୍ରୀଙ୍କୁ ଆଜି ମୁଖ୍ୟ ଅତିଥି ଡ.ତ୍ରିପାଠୀ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଯାଜ୍ଞାସିନୀ ପାଣିଗ୍ରାହୀ, ଲିଲି ବେହେରା ଓ ଗୀତାଞ୍ଜଳି ସାମନ୍ତରାୟ ଏବଂ ସନ୍ତୋଷ କୁମାର ବିଷୋୟୀ, ଏମ୍.ଜନାର୍ଦ୍ଧନ ରେଡ୍ଡୀ, ପି.ନାଗାମ୍ମା ଓ ବି.ଏଲେୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।