ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ମାନବାଧିକାର ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ରେ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ଅନୁଷ୍ଠିତ ହୋଇଯାଇଅଛି l ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୁମିତା ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. କିଶୋର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନବାଧିକାର ଉପରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ l ଏଥିରେ ଛାତ୍ରୀମାନେ ନିଜର ବକ୍ତବ୍ୟ ରଖିଥିଲେ l ଏଥିରେ ଅଧ୍ୟାପିକା କବିତା ସାହୁ,ଡ.ଯାଜ୍ଞସେନୀ ପାଣିଗ୍ରାହୀ, ଦୀପ୍ତିନନ୍ଦ, ଅଞ୍ଜଳି ସେଠି ,ଡ.ସୁଜାତା କୁମାରୀ ବେହେରା,ମମତା ବେହେରା ଏବଂ କର୍ମଚାରୀ ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ , ଏମ.ଜନାର୍ଦନ ରାଓ ଏବଂ ପି.ନାଗମା ସହଯୋଗ କରିଥିଲେ l ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ଅଞ୍ଜଳି ସେଠିଙ୍କ ତତ୍ୱାବଧାନରେ ଛତ୍ରପୁର ସହର ରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ