ମହିଳା ଦିବସରେ କରୋନା ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନନ୍ଦିନୀପଲ୍ଲୀ ମୁଣ୍ଡାସାହିରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସାହିର ସଭାପତି କୁଳମଣି ନାୟକଙ୍କ ଉପସ୍ଥିତରେ ସଚେତନତା କାର୍ଯ୍ୟକ୍ରମ କରାଯାଇ କରୋନା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏଥିରେ ସମାଜସେବୀ ବିିିବେକାନନ୍ଦ ବାରିକ, ସନାତନ ମୁଣ୍ଡା, ଲକ୍ଷ୍ମୀଦୀପ, ଏସ୍.କେ. ବାରିକ ଏବଂ ସାହିର ବହୁ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା ।