ମହିଳା ଦିବସ ଅବସରରେ ସାଧାରଣଜ୍ଞାନ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା

ଭୁବନେଶ୍ୱର, : ‘ସୁରକ୍ଷା’ ତରଫରୁ ଲିଙ୍ଗଭିତ୍ତିକ ସମାନତାକୁ ବିଭିନ୍ନ ପର୍ଯ୍ୟାୟରେ ସୁନିଶ୍ଚିତ କରାଇବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡ଼ିକ ପାଳନ କରଯାଏ । ତନ୍ମଧ୍ୟରୁ ଆନ୍ତର୍ଜାତୀୟ ମହିଳା ଦିବପସ ଅନ୍ୟତମ । ଦିବସ ପାଳନ ଅବସରରେ ସ୍ଥାନୀୟ ନିଳାଦ୍ରୀ ବିହାରସ୍ଥିତ ସୋମନାଥ ବସ୍ତିରେ ସାଧାରଣ ଜ୍ଞାନ, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା କରାଯିବା ସହିତ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ‘ସୁରକ୍ଷା’ର ସଭାପତି ବନ୍ଦନା ପଣ୍ଡା, ଆନ୍ତର୍ଜାତୀୟ ମହିଳା ଦିବସରେ ନିଷ୍ପତ୍ତି ପ୍ରକ୍ରିୟାରେ ମହିଳାମାନଙ୍କ ଭୂମିକା ଓ ମହିଳାମାନେ ନିଜକୁ କିପିର ସ୍ୱାବଲମ୍ବୀ ହୋଇପାରିବ, ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ମହିଳା ଦିବସରେ ସୁରକ୍ଷାର ବରିଷ୍ଠ ସଦସ୍ୟା ଚନ୍ଦନା ତ୍ରିପାଠୀ ଯୋଗଦେଇ ନାରୀମାନଙ୍କ ଅତ୍ମ ବିଶ୍ୱାସକୁ ବଳବତ୍ତର କରାଇବା ବିଷୟରେ ଆଲୋଚନା କରିଥିଲେ । ‘ସୁରକ୍ଷା’ର ପରିଚାଳନା ନିର୍ଦ୍ଦେଶିକା ମିଲି ରଣା ମହିଳାମାନଙ୍କ ଅବଦାନ ସ୍ମୃତିଚାରଣ କରିବା ସହିତ ସେମାନଙ୍କୁ ମାନ୍ୟତା ଦେବା ଓ କରୋନା ବିଷୟରେ ବୁଝାଇଥିଲେ । ଉତ୍ସବରେ ସୁରକ୍ଷା ପରିବାର ଚିତ୍ରଙ୍ଗଦ ପ୍ରଧାନ, ସୁରକ୍ଷାର ମାର୍ଗଦର୍ଶିକା ସୁଧାରଣୀ ମହାପାତ୍ର, ସମ୍ପାଦକ କେଶବ ରଣା, ପଦ୍ମଲୋଚନ ସାହୁଙ୍କ ସମେତତ ସ୍ଥାନୀୟ ପଣ୍ଡାପାର୍କ ଓ ସୋମନାଥ ବସ୍ତିର ପ୍ରାୟ ୩୦୦ ମସହିଳା ଯୋଗ ଦେଇଥିଲେ । ଶେଷରେ ସୁରକ୍ଷାର ସଭାପତି ବନ୍ଦନା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ