ମହିଳା ନିଖୋଜ, ଅଭିଯୋଗ : ପୁଲିସ ସାଜିଛି ନିରବ ଦ୍ରଷ୍ଟା
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସୋସୋ ଥାନା ବେରୁଣପଦି ଗ୍ରାମରେ ଜଣେ ମହିଳା ନିଖୋଜ ହୋଇଯାଇଥିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗ୍ରାମର ରିବନ୍ଦ୍ର ସେଠୀ ଗତ ୧୪ବର୍ଷ ପୁର୍ବେ ଗଣିଜାଙ୍ଗ ଅଞ୍ଚଳର ମଞ୍ଜୁଲତା ସେଠୀଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଶିଶୁପତ୍ର ମଧ୍ୟ ଅଛି । ରବିନ୍ଦ୍ର ରୋଜଗାର ପାଇଁ ବାଙ୍ଗାଲୋରରେ କାମଦାମ କରୁଥିବାବେଳେ ଗତ ଜାନୁୟାରୀ ୨୮ତାରିଖ ଦିନ ମଞ୍ଜୁଲତା ନିଖୋଜ ହୋଇଯାଇଥିଲା । ଘରେ ଶିଶୁପତ୍ରଟି ଥିବାବେଳେ ପରିବାର ଲୋକେ ମଞ୍ଜୁକୁ ନପାଇ ରବିନ୍ଦ୍ରକୁ ଟେଲିଫୋନ ଯୋଗେ ଜଣାଇଥିଲେ । ରବିନ୍ଦ୍ର ୩୧ତାରିଖ ଦିନ ଘରେ ପହଞ୍ଚି ଘରେ ଥିବା ନଗଦ ଟଙ୍କା, ସୁନାରୁପା ଅଳଙ୍କାର ସବୁ ନେଇ ମଞ୍ଜୁଲତା ପଳାଇଥିବା ଜାଣିବାପରେ ତୁରନ୍ତ ଏ ବାବଦରେ ସୋସୋ ଥାନାରେ ଏକ ଅଭିଯୋଗ କରିଥିଲା । ମାତ୍ର ପୁଲିସ ଅଭିଯୋଗ ରଖିଥିଲେ ମଧ୍ୟ ମାମଲା ରୁଜୁ କରିନଥିଲା । ଏଣେ ରବିନ୍ଦ୍ର ନିଜ ପତ୍ନୀକୁ ଅନେକ ଆଡେ ଖୋଜାଖୋଜି କରିବା ପରେ ଏକ ବିଶେଷ ସୁତ୍ରରୁ ଜାଣିବାକୁ ପାଇଥିଲା ଯେ ବାଲେଶ୍ୱର ଜିଲ୍ଲା ଗଡସଙ୍ଗ ଗ୍ରାମର ବାପିନ ସେଠୀ ନାମକ ଜଣେ ଯୁବକ ତାକୁ ଶିଖାଇ ନେଇ ପଳାଇଛି ଓ ବନ୍ତଥାନା ଗଣିଜାଙ୍ଗ ଗ୍ରାମର ମଣ୍ଟୁ ସେଠୀ ନାମକ ଜଣେ ଯୁବକ ଓ ତାସ୍ତ୍ରୀ ସହଯୋଗ କରିଛନ୍ତି ବୋଲି ଜାଣିବାକୁ ପାଇଥିଲା । ଏନେଇ ଗତ ୨୦ତାରିଖ ଦିନ ପୁନର୍ବାର ସୋସୋ ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଯୋଗଟି ଗ୍ରହଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ ପୁଲିସର କାର୍ଯ୍ୟକଳାପରେ ରବିନ୍ଦ୍ର ସନ୍ତୁଷ୍ଟ ନଥିବା ଅଭିଯୋଗ କରିଛନ୍ତି ।