ମହିଳା ନିଖୋଜ ନେଇ ଥାନାରେ ଅଭିଯୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଛୟାଳସିଂ ପଞ୍ଚାୟତ ଅଧିନ ପଳସା ଗ୍ରାମର ନାରାୟଣ ବାରିକଙ୍କ ପତ୍ନୀ ମମତା ବାରିକ(୪୨) ଗତ ଶୁକ୍ରବାର ଠାରୁ ନିଖୋଜ ଥିବା ନେଇ ସ୍ୱାମୀ ନାରାୟଣ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ଶୁକ୍ରବାର ପତି, ପତ୍ନୀ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ର କରି ସ୍ୱାମୀଙ୍କ ଅନୁପସ୍ଥିତିରେ ମମତା କେଉଁଆଡେ ପଳାଇ ଯାଇଛନ୍ତି । ପରିବାରଲୋକେ ବନ୍ଧୁବାନ୍ଧବ, ସାଙ୍ଗସାଥି ଘର ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାିହଁ । ସେ ଯିବା ବେଳେ କଳା ଓ ଲାଲ ରଙ୍ଗ ମିଶା ଶାଢୀ ପରିଧାନ କରିଥିଲେ । ଦେଖିବାକୁ ଗୌରବର୍ଣ୍ଣ ବୋଲି ଅଭିଯୋଗରେ ଦର୍ଶାଯାଇଛି ।


