ମହିଳା ପୁରୋହିତ

ପରମ୍ପରା ଅନୁଯାୟୀ ପୂଜା, ବିବାହ ଏବଂ ମନ୍ଦିର ଆଦି ସମସ୍ତ ସ୍ଥାନରେ ବ୍ରାହ୍ମଣ ପୁରୁଷମାନେ ହିଁ ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ବର୍ତ୍ତମାନ ଏହି ଧାରାକୁ ବଦଳାଇଛନ୍ତି ଦେଶର ପ୍ରଥମ ମହିଳା ବ୍ରାହ୍ମଣ ପଶ୍ଚିମବଙ୍ଗର ନନ୍ଦିନୀ ଭୌମିକ । ନନ୍ଦିନୀ ଆଜି ପର୍ଯ୍ୟନ୍ତ ଯେତିକି ବିବାହ କରାଇଛନ୍ତି ସେଥିରେ କନ୍ୟାଦାନ ରୀତି ସମ୍ପାଦନ କରାଯାଇନାହିଁ । ଆସନ୍ତୁ ଜାଣିବା ଏହା ପଛର କାରଣ । ହିନ୍ଦୁ ସମାଜର ବିବାହରେ ମୁ୍ଖ୍ୟ ପରମ୍ପରା ହେଉଛି କନ୍ୟାଦାନ । କୁହାଯାଇଥାଏ କନ୍ୟାଦାନ ଦୁନିଆରେ ସବୁଠାରୁ ମହତ ଦାନ । କିନ୍ତୁ ଏହି ପ୍ରଥାକୁ ପରିବର୍ତ୍ତନ କରିଛନ୍ତି ନନ୍ଦିନୀ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିନା କନ୍ୟାଦାନ ରୀତିରେ ୪୦ ଟି ବିବାହ ସମ୍ପନ୍ନ କରିସାରିଲେଣି । ମୁଁ ପିତୃସନ୍ତାତ୍ମକ ମାନସିକତାରୁ ଦୂରେଇ ରହିବା ପାଇଁ ଚାହେଁ । ଯେଉଁଠାରେ ମାତାପିତା ନିଜ ଝିଅକୁ କୌଣସି ବସ୍ତୁ ଭଳି ଅନ୍ୟକୁ ଦାନ କରିଦିଅନ୍ତି ବୋଲି କହିଛନ୍ତି ନନ୍ଦିନୀ । ଦେଶରେ ମହିଳା ସଶକ୍ତିକରଣ ପ୍ରତ୍ୟକ୍ଷ ଉଦାହରଣ ପ୍ରସ୍ତୁତ କରିଛନ୍ତି ନନ୍ଦିନୀ । ସେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ଶିକ୍ଷା କରିଛନ୍ତି ଏବଂ ୧୦ ବର୍ଷ ମଧ୍ୟରେ ୪୦ଟି ବିବାହ ବିନା କନ୍ୟାଦାନରେ କରିସାରିଲେଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ