ମହିଳା ପ୍ରତିଯୋଗୀ ପୁରସ୍କୃତ
ଛତ୍ରପୁର,-: ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଂ ରୁମ୍ର ପ୍ରଥମ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ସହରର ମହିଳାଙ୍କ ମଧ୍ୟରେ ଅନୁଷ୍ଠିତ ଝୋଟି ପ୍ରତିଯୋଗିତାରେ କୃତୀ ୫ ଜଣ ମହିଳାଙ୍କୁ ପୁରସ୍କୃତ କରାଯାଇଛି । ସୁମିତ୍ରା ମହପାତ୍ର ପ୍ରଥମ, ପି.ପୁଷ୍ପା ଦ୍ୱିତୀୟ, ପି.ରୋଜା କୁମାରୀ ତୃତୀୟ, ଜଲିପ୍ରଭା ପାଣିଗ୍ରାହୀ ଚତୁର୍ଥ ଓ ସନ୍ତୋଷିନୀ ଦାସ ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ଶିବ କୁମାର ରିଡିଂ ରୁମ୍ର ଅଧ୍ୟକ୍ଷ ଇଂ ରାମଚନ୍ଦ୍ର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଓ ଏନ୍.ନାରାୟଣ ରେଡ୍ଡୀ, ଜ୍ୟୋର୍ତିବିଦ୍ ଡ.ପ୍ରମୋଦ କୁମାର ପାତ୍ର, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ରିଡିଂ ରୁମ୍ର ବରିଷ୍ଠ ସଦସ୍ୟ ଏମ୍.କେ.ଶାସ୍ତ୍ରୀ ଓ କେ.ଶ୍ରୀନିବାସ ରାଓ, ଡ. ସୁଜାତା ପଟ୍ଟନାୟକ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ତଥା ରିଡିଂ ରୁମ୍ ସମ୍ପାଦକ ବି.ଶ୍ରୀନିବାସ , ସମାଜସେବୀ ଏ.ରାବଣା ରାଓ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହିଥିବା ବେଳେ ଛତ୍ରପୁର ଆଖାପାଖ ଅଂଚଳ ବହୁ ବୁଦ୍ଧିଜିବୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ । ଏହିଅବସରରେ କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲ।।


