ମହିଳା ଫେଡେରେସନର ପ୍ରତିଷ୍ଠା ଦିବସ
ଯୋଡା (ସମୀର କୁମାର ଦାସ) : ଉତ୍କଳ ମହିଳା ସମିତି ବଡବିଲ ଶାଖା ପକ୍ଷରୁ ଭାରତୀୟ ଜାତୀୟ ମହିଳା ଫେଡେରେସନର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୧୯୫୪ ମସିହା ଆଜିର ଦିନରେ କଲିକତା ସହରରେ ସର୍ବପ୍ରଥମ ସର୍ବଭାରତୀୟ ମହିଳା ସଂଗଠନଭାରତୀୟ ଜାତୀୟ ମହିଳା ଫେଡେରେସନ ଗଠିତ ହୋଇଥିଲା । ଏହି ସଂଗଠନ ପ୍ରତିଷ୍ଠା ହେବା ଦିନଠାରୁ ଲିଙ୍ଗ ଭେଦଭାବ ଦୂର କରିବା, ମହିଳା ମାନଙ୍କୁ ସାମାଜିକ ନ୍ୟାୟ, ସମାନ ଅଧିକାର ଦାବି କରି ଲଢେଇ କରି ଆସିଛି । ଭାରତର ମୁକ୍ତି ଆନ୍ଦୋଳନରେ ଅଗ୍ନୀ ବୀଣାର ଝଙ୍କାର ସୃଷ୍ଟି କରିଥିବା ନେତ୍ରୀ ଅରୁଣା ଆସଗଂ ଅଲ୍ଲୀ ଏହାର ପ୍ରଥମ ସଭାନେତ୍ରୀ ଥିବା ବେଳେ ଓଡିଶାରେ ଉତ୍କଳ ମହିଳା ସମିତିର ନେତୃତ୍ୱ ନେଇଥିବା ଡାକ୍ତର ନିରୂପମା ରଥ ଏହି ସଂଗଠନର ସର୍ବଭାରତୀୟ ନେତ୍ରୀ ହୋଇପାରିଥିଲେ । ଆଜି ଏହି ମହାନ୍ ସଂଗଠନର ପ୍ରତିଷ୍ଠା ଉତ୍କଳ ମହିଳା ସମିତି କେନ୍ଦୁଝର ଜିଲା କମିଟିର ଉପସଭାପତି ସାଇଇନ୍ଦ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସମାଜରେ ନାରୀମାନଙ୍କ ଉପରେ ହେଉଥିବା ବିଭିନ୍ନ ହିଂସା ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ମହିଳା ସମିତି ପକ୍ଷରୁ ଏହାର ପ୍ରତିବାଦ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲା ସହସଂପାଦକ କପିଳ ମହାନ୍ତି ଅତିଥି ଭାବରେ ଯୋଗ ଦେଇଥିଲେ । ନାରୀ ନେତ୍ରୀ ଦୁର୍ଗା ସିଂ, ଉଷା ସାହୁ, ସଙ୍ଗୀତା ସାମଲ, ବାସନ୍ତୀ ଦାସ, ରମ୍ଭା ଦାସ, ମୁଗା ଦାସ, ନିର୍ମାୟା ଲାମା, ଦୀପା ଦାସ, ପ୍ରତିମା ମହାକୁଡ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


