ମହିଳା ବିଜେଡି ପକ୍ଷରୁ ମହିଳା ଦିବସ ପାଳିତ

ବୁଗୁଡା (ଅନିଲ ମହାରଣା): ପୋଲସରା ନିର୍ବାଚନ ମଣ୍ଡଳୀ ମହିଳା ବିଜୁ ଜନତା ଦଳ ପକ୍ଷରୁ ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତିୟ ମହିଳା ଦିବସ ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହିଳା ଦିବସ ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଓ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲେଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ମାନ୍ୟବର ନବୀନ ବାବୁଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସର୍ବଦା ମହିଳା ମାନଙ୍କ ଉନ୍ନତି ପାଇଁ ଚେଷ୍ଟା କରିବା ସହ ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି। ମହିଳା ମାନଙ୍କ ଉନ୍ନତି ପାଇଁ ନୂତନ ଭାବେ ” ମିଶନ ଶକ୍ତି ବିଭାଗ ” ଓଡ଼ିଶା ଶାସନରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲେଇ ନିଜ ବକ୍ତବ୍ୟରେ ପ୍ରଥମେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବା ଯୋଗୁ ଅଭିନନ୍ଦନ ଜଣାଇଥିଲେ। ନୂତନ ଓଡିଶା ଗଠନ ପାଇଁ ମହିଳାମାନେ ଆଗକୁ ଆସି ବିକାଶ ଧାରାକୁ ଆଗେଇ ନେବାକୁ ଆହ୍ଵାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ପୋଲସରା ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ପୋଲସରା ବ୍ଲକ ୩୮ ଓ ୪୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ତରାଇ ଓ ସୁଚିତ୍ରା ବିଷୋୟୀ, ବୁଗୁଡା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ଚିରିକିପଡା ଶାସନ ସରପଞ୍ଚ ସୁଜାତା ସାହୁ, ବୁଗୁଡାର ରଞ୍ଜିତା ପାଢ଼ୀ,ବୁଗୁଡା ଏନଏସି ମହିଳା ବିଜେଡି ସଭାନେତ୍ରୀ ମନ୍ଦାକିନୀ ସାହୁ,ବନିତା ମହାନ୍ତି ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ। ମହିଳା ଦିବସ କାର୍ଯ୍ୟକ୍ରମ ରେ ହଜାର ହଜାର ମହିଳା ଅଂଶ ଗ୍ରହଣ କରିଥିଲେ। ପରିଚାଳନାରେ ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର ପାଢ଼ୀ, କେ ତ୍ରିଲୋଚନ ଦୋରା, ସୁଧାଂଶୁ ଶେଖର ପାଢ଼ୀ, ହର ପ୍ରସାଦ ମହାପାତ୍ର, ରମଣ ନାହାକ , ଅମରେନ୍ଦ୍ର ସେନାପତି, ଏ ଡିଲେଶ୍ୱର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ