ମହିଳା ବିରୋଧୀ ଅପରାଧ ଅନୁସନ୍ଧାନ କେନ୍ଦ୍ର ଉଦଘାଟିତ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ପରିସରରେ ମହିଳା ବିରୋଧୀ ଅପରାଧ ଅନୁସନ୍ଧାନ କେନ୍ଦ୍ର ର ନୂତନ ଗୃହ ଲୋକାର୍ପିତ ହୋଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ଶ୍ରୀ ନୀତି ଶେଖର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ୯୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏହି ନୂତନ ଗୃହ ନିର୍ମାଣ ହୋଇଛି।୨୦୧୬ ମସିହାରୁ ନବରଙ୍ଗପୁର ଜିଲ୍ଲାରେ ଏହି ୟୁନିଟ କାର୍ଯ୍ୟକ୍ଷମ ଥିବା ବେଳେ ବର୍ତ୍ତମାନ ଏହି ୟୁନିଟ ପାଇଁ ସ୍ୱତନ୍ତ୍ର ରୂପେ ନିଯୁକ୍ତ ଅଧିକାରୀ ଙ୍କ ସହାୟତା ରେ କାର୍ଯ୍ୟ କରିବ। ଜିଲ୍ଲାରେ ମହିଳା ମାନଙ୍କ ବିରୋଧ ରେ ହେଉଥିବା ଅପରାଧ ଗୁଡିକର ସ୍ୱତନ୍ତ୍ର ଭାବେ ତଦନ୍ତ ନିମନ୍ତେ ଏହି ୟୁନିଟ କାର୍ଯ୍ୟ କରିବା ସହ ଅପରାଧ କୁ ହ୍ରାସ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବ ବୋଲି ଆଇଜି ଶ୍ରୀ ନୀତି ଶେଖର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ