ମହିଳା ମଣ୍ଡଳ ପକ୍ଷରୁ ସଚେତନତା ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା) : ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପଣ୍ଡସରା ପଞ୍ଚଶୀଳ ନଗର ଅଞ୍ଚଳ ମହିଳା ମଣ୍ଡଳ ପକ୍ଷରୁ ଏକ ସଚେତନତା ବୈଠକ ଅକ୍ଟୋବର ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପଞ୍ଚଶୀଳ ନଗର ଅଞ୍ଚଳର ସଙ୍ଗଠକ ଚନ୍ଦ୍ରଶେଖର ଭୋଳ, ତ୍ରିଲୋଚନ ବରାଡ଼, ଜୟରାମ ଦଳାଇ ପ୍ରଭୃତିଙ୍କ ଉପସ୍ଥିତରେ ଅନୁଷ୍ଠିତ ଏହି ସଚେତନତା ବୈଠକରେ ରାସନ କାର୍ଡ଼, ମାଆ କାର୍ଡ଼, ଆୟକର ପ୍ରଦାନ ଓ ଦୁର୍ଘଟଣା ଜନିତ ବୀମା ଯୋଜନା ବିଷୟରେ ପ୍ରବାସୀ ଓଡ଼ିଆ ସମାଜର ସଭାପତି ତଥା ମୁଖ୍ୟ ଅତିଥି ଶ୍ରୀ ସାହୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଫ୍ୟାକ୍ଟେରୀ ମାଲିକ ଶ୍ରମିକ ମାନଙ୍କ ପାଇଁ ବୀମା ଯୋଜନା କରିନଥିବା ବେଳେ ଏହି ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା।ମାଲିକମାନେ ବୀମା ଯୋଜନା କରିନଥିବା ବେଳେ ପ୍ରଥମ ବର୍ଷ ତିନି ଶହ ଟଙ୍କା ଓ ପରବର୍ତ୍ତୀ ସମୟରେ ବାର୍ଷିକ ଦୁଇ ଶହ ଟଙ୍କା ପ୍ରିମୟମ ଦେଇ ଦଶ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ଯୋଜନା ଭୁକ୍ତ ହେବାକୁ ସମସ୍ତ ଶ୍ରମିକ ପରିବାରଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନାରେ ପଞ୍ଚଶୀଳ ନଗର ମହିଳା ମଣ୍ଡଳ ପକ୍ଷରୁ ସବିତା ଭୋଳ, ବନିତା ଜେନା, ରଜନୀ ସାହୁ,ସୁଲୋଚନା ବରାଡ଼, ଜୟନ୍ତୀ ଭୋଳ ଓ ଜୟନ୍ତୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ