ମହିଳା ମହାବିଦ୍ୟାଳୟରେ ଜାତୀୟ ଆଇନ ସେବା ଦିବସ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ତାଲୁକ ଆଇନସେବା ପ୍ରାଧିକରଣ କମିଟି ଆନୁକୂଲ୍ୟରେ ସ୍ଥାନୀୟ ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ଆଇନସେବା ଦିବସ ପାଳିତ ହୋଇଯାଇଛି । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସର ସଂଯୋଜିକା ଅଧ୍ୟାପିକା ଡଃ ଲୀନା ଲିଲିୟାନ୍‍ ସଂଯୋଜନା କରିଥିଲା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ୍ୱର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୌଦାମିନୀ ବିଶ୍ୱାଳ, କନିଷ୍ଠ ଦେୱାନୀ ବିଚାରପତି ଝିଲିଲିନା ନାୟକ, ପ୍ରଥମ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ଏ. ଗୀତାଞ୍ଜଳୀ ନାଇଡୁ ଯୋଗଦେଇ ଜାତୀୟ ଆଇନସେବା ଦିବସ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ, ଉଦ୍ଦେଶ୍ୟ ଓ ମହତ୍ୱ ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ ସାଙ୍ଗକୁ ନାରୀମାନଙ୍କର ଆଇନଗତ ସୁବିଧା, ଯୈାତୁକ ବିରୋଧୀ ସଚେତନତା, ବାଲ୍ୟ ବିବାହ ରୋକିବା ସମେତ ଆଇନର ବିଭିନ୍ନ ଦିଗ ଉପରେ ସଚେତନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ତାଲୁକ୍‍ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଅନୁଷ୍ଠିତ ଜାତୀୟ ଆଇନସେବା ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ମଧୁସ୍ମିତା ନାୟକ ଓ କାଳୁ ଚରଣ ଜେନା, ଅଧ୍ୟାପିକା ଡଃ ସୁପ୍ର‌୍ୟିୟା ଦାଶ, ଅଧ୍ୟାପକ ଡଃ କେ.ଓମ୍‍ ନାରାୟଣ ରାଓ, ଡଃ ସରୋଜ କୁମାର ଜେନା, ଡଃ ଲକ୍ଷ୍ମଣ କୁମାର ସୋରେନ୍‍, ଗୋପୀନାଥ କର, ବି.ପାଣ୍ଡବ ରେଡି, ସୁଧାଂଶୁ କୁମାର ହୋତା, ସୁଶିଲ୍‍ କୁମାର ଆଚାର୍ଯ୍ୟ, ଆଶୀର୍ବାଦ ମହାନ୍ତି, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ସେଫାଳୀ ସୁଚରିତା ପ୍ରଧାନଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ