ମହିଳା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ସଚେତନତା କାର୍ଯ୍ୟକ୍ରମ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରୀୟ ଫେସନ ପ୍ରଜ୍ୟୋଗିକ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ଏକ ବୃତ୍ତିଗତ ପରାମର୍ଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସର ସଂଯୋଜିକା ଅଧ୍ୟାପିକା ଡଃ ଲୀନା ଲିଲିୟାନ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବୃତ୍ତିଗତ ପରାମର୍ଶ ସଚେତନତା ଓ ତାଲିମ୍‍ ଶିବିର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ୍ୱର ମାଝୀ ଯୋଗଦେଇ ଛାତ୍ରୀମାନେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ କଠିନ ପରିଶ୍ରମ କରି ନିଜର ପିତାମାତା ଓ ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରିବା ସାଙ୍ଗକୁ ଶିକ୍ଷା ସମାପ୍ତ ପରେ ଉପଯୁକ୍ତ କ୍ୟାରିୟର ବାଛିବା ଏବଂ ଆତ୍ମବିଶ୍ୱାସ ବଢାଇବା ପାଇଁ ମାର୍ଗଦର୍ଶନ କରିବା ସହ ଛାତ୍ରୀମାନଙ୍କ କ୍ୟାରିୟର୍‍ ଗଠନ ଓ ବୃତ୍ତିଗତ ସଫଳତା ଉପରେ ଗୁରୁତ୍ୱାରୋପ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟୟନରତ ଛାତ୍ରୀମାନଙ୍କ ଲାଗି କ୍ୟାରିୟର୍‍ କାଉନ୍‍ସେଲିଂ (ବୃତ୍ତିଗତ ପରାମର୍ଶ) କାର୍ଯ୍ୟକ୍ରମ ୨୦୨୪ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଫେସନ୍‍ ପ୍ରାଦେଶିକ ସଂସ୍ଥାର ପ୍ରଧ୍ୟାପକ ଶ୍ରୀ ଦାପକ ପାଢୀ, ସୁଶ୍ରୀ ଶିଳ୍ପା ଜେନା, ଶିକ୍ଷକ ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ଫେସନ୍‍ ଡିଜାଇନ୍‍, ପୋଷାକ ନିର୍ମାଣ, ଗ୍ରାଫିକ୍‍ ଡିଜାଇନ୍‍, ଟେକ୍ସଟାଇଲ୍‍ ଡିଜାଇନ୍‍ ଉପରେ ତାଲିମ୍‍ ପ୍ରଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୃତ୍ତିଗତ ପରାମର୍ଶ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ କେ.ଓମ୍‍ ନାରାୟଣ ରାଓ, ଡଃ ଲକ୍ଷ୍ମଣ କୁମାର ସୋରେନ୍‍, ଡଃ ଜୟପ୍ରଦା ମହାପାତ୍ର, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ସୁଶ୍ରୀ ଶ୍ରଦ୍ଧା ମଲିକ, ସୁଶ୍ରୀ କ୍ରିଷ୍ଣା କୁମାରୀ ପ୍ରଧାନ, ଶ୍ରୀମତୀ ଚାନ୍ଦିନୀ ସେଠୀ, ସୁଶ୍ରୀ ପୂର୍ଣ୍ଣବାସୀ ବେହେରା, ସୁଶ୍ରୀ ରଜନୀରାଣୀ ତରାଇ, ଶ୍ରୀମତୀ ମମତା ନିଶାଙ୍କ, ଶ୍ରୀମତୀ ରାଜେଶ୍ୱରୀ ସାହୁ, ସୁଶିଲ୍‍ କୁମାର ଆଚାର୍ଯ୍ୟଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରୀ ଓ ଯୁବ ରେଡକ୍ରସ୍‍ ବାହିନୀ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ