ମହିଳା ମହାବିଦ୍ୟାଳୟରେ ଶେଷବର୍ଷର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡ଼ିହି : ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦାୟ କାଳୀନ ସମ୍ବର୍ଦ୍ଧନା ସହିତ ସାଂସ୍କୃତିକ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯୁକ୍ତ୨ ମହାବିଦ୍ୟାଳୟର ଅଧ୍ୟକ୍ଷା ସବିତା ସ୍ୱାଇଁ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ସୁବାସ ଚନ୍ଦ୍ର ପାତ୍ର ସଂଯୋଜନା କରିଥିଲେ । ଅଧ୍ୟାପିକା ଉଷାରାଣୀ ଦାସ, ରାଜଶ୍ରୀ ଗୋସ୍ୱାମୀ, ସୁକାନ୍ତୀ ମହାପାତ୍ର, ଗ୍ରନ୍ଥଗାରିକା ଆରତୀ ମଜମୁଦାର, ଅଧ୍ୟାପକ ଅଭିରାମ ସାହୁ, ନିରଞ୍ଜନ ଜେନା, ଭକ୍ତ ଶେଖର ସ୍ୱାଇଁ, ବେଦମତୀ ନାୟକ, ଝରଣା ବରାଳ ପ୍ରମୁଖ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଶିକ୍ଷା ମଣିଷକୁ ସଂସ୍କାର କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କଲେଜ ଚମ୍ପିୟନ ସୁନିତା ସାମଲ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହିଙ୍କ ତତ୍ୱାବଧାନରେ ସମ୍ପାଦିତ କାର୍ଯ୍ୟକ୍ରମକୁ ମଧୁସୁଦନ ପାଢ଼ୀ, ସଂଯୁକ୍ତା ଲେଙ୍କା, ମଦନ ମୋହନ ଜେନା, ଦେବେନ୍ଦ୍ର ସା, ପ୍ରମୁଖ ପରିଚାଳନା କରିଥିଲେ । ଯୁକ୍ତ ତିନି ୧ମ ବର୍ଷ ଓ ଦ୍ୱିତୀୟ ବର୍ଷର ଛାତ୍ରୀ ଜ୍ୟୋତୀର୍ମୟ ଜେନା, ପ୍ରୀୟସ୍ମିତା ବେଜ, ଲକ୍ଷ୍ମୀପ୍ରୀୟା ସେଠୀ, ପ୍ରଭାସିନୀ ସା, ସୁଶ୍ରୀ ଶ୍ରାବଣୀ ସାହୁ, ଜ୍ୟୋତ୍ସ୍ନାରାଣୀ ଜେନା, ସୁଚିସ୍ମିତା ଗ୍ରହାଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।