ମହିଳା ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ପଧାନପଡା ହଦସାହି ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାନେତ୍ରୀ ସୁକାନ୍ତୀ ପଢିଆରୀଙ୍କ ସଭାପତିତ୍ୱ ତଥା ପୂର୍ବତନ ସରପଞ୍ଚ ସେକ୍ ମୁସ୍ତାକ୍ ଅଲ୍ଲୀ ଖାଁଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ମହିଳା ବିଜେଡି ସଂପାଦିକା ସୁଜାତା ଜେନା, ନାଟ୍ୟକାର ଡଃ.ସୁଧାଂଶୁ ନାୟକ ଯୋଗ ଦେଇ ସୁସ୍ଥ ସମାଜ ଗଠନରେ ମହିଳା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ର ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରାଚୀ ତ୍ରିପାଠୀ, ସାମ୍ବାଦିକ ସୁକାନ୍ତ କୁମରା ଜେନା, ହରି ନାରୟଣ ମହାନ୍ତି, ଅକ୍ଷୟ ନାରାୟଣ ଦାସ, ଜ୍ଞାନଦା ପ୍ରସାଦ କରଶର୍ମା, ଜଗନ୍ନାଥ ପଳତା, ହେମନ୍ତ କୁମାର ସିଂହ, ପ୍ରକାଶ ଚନ୍ଦ୍ର ଦେବତା, ରବିନ୍ଦ୍ର ସେଠୀ ଯୋଗ ଦେଇ ମାଆ ମାନେ ସମାଜର ଜାଗ୍ରତ ପ୍ରହରୀ ବୋଲି କହିଥିଲେ । ଏହି ଅବସରରେ ରାଜ୍ୟ ବିଜେଡି ମହିଳା ସଂପାଦିକା ଶ୍ରୀମତୀ ଜେନା, ନାଟ୍ୟକାର ଶ୍ରୀ ନାୟକଙ୍କ ସମେତ ସମସ୍ତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ମହାସଂଘର ସଂପାଦିକା ମାଳତୀ ଜେନା, ଏମ୍.ବି.କେ ସରୋଜିନୀ ନାଥ, ସିଆରପି କବିତା ନାୟକ, ବୈଦେହୀ ସେଠୀ, ଉମାମଣି ଦାସ, ଇସମାତୁନ୍ ଖାତୁନ୍, ଖାଲଦା ବିବି, ପିଙ୍କି ଜେନା, ମନୋରମା ତରେଇ, ଫରିଦା ବିବିଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


