ମହିଳା ମାନଙ୍କ ସ୍ୱାଭିମାନର ଲଢ଼େଇରେ ସାମିଲ ହେଲେ ଆଚ୍ଛା ସଂଗଠନ ଓ ଜନନୀ ପରିବାର

ବାଲେଶ୍ୱର: ଶିକ୍ଷା ଓ ସଂସ୍କୃତିର ଜିଲ୍ଲା ବାଲେଶ୍ୱର, ଏଠି ଧାନ, ପାନ, ଆଉ ମୀନ କୁ ନେଇ ପେଟ ପୋଷା ଆମ ଜିଲ୍ଲା । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଯେତେ ପ୍ରଭାବ ପଡ଼ିଲେ ସୁଦ୍ଧା ବାଲେଶ୍ୱର ମାଟି ନାରୀ ଜାତିକୁ ସଦା ସର୍ବଦା ସମ୍ମାନ ଦେଇଥାଏ । ଗତ ଫେବୃୟାରୀ ୧୭ ତାରିଖରେ ବିଧାନସଭାର ଅନୁଗୁଳ ଜିଲ୍ଳାର ଆଠ ମଲ୍ଲୀକ ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ରମେଶ ସାଏଙ୍କ ଅଣତାରକା ପ୍ରଶ୍ନ-୯୨ ଉତ୍ତର ରଖି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ବାଲେଶ୍ୱରର କର୍ମଜିବୀ ମହିଳା ମାନଙ୍କୁ ଦେହଜିବୀର ଆଖ୍ୟା ଦେଇ ତାଙ୍କ ସ୍ୱାଭୀମାନକୁ ଯେଉଁ କୁଠାରଘାତ କରିଛନ୍ତି ତାହାର ପ୍ରତିବାଦରେ ଗତ ଫେବୃୟାରୀ ୨୪ ତାରିଖ ଦିନ ଆଚ୍ଛା ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଦ୍ୱାରା ଏହାର ସତ୍ୟତାର ପ୍ରମାଣ ଏବଂ ତାହାର ପ୍ରତିକାର ପାଇଁ ଏକ ଦାବୀପତ୍ର ପ୍ରଦାନ କରି ୭ ଦିନ ସମୟ ସୀମା ଦିଆ ଯାଇଥିଲେ ହେଁ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷପ ନେଇ ନଥିବାରୁ ଆଜି ଆଚ୍ଛା ସଂଗଠନ ଏବଂ ଜନନୀ ପରିବାର ମିଳିତ ଉଦ୍ୟମରେ ବାଲେଶ୍ୱର ମାତୃମଣ୍ଡଳୀଙ୍କ ସ୍ୱାଭିମାନ ପାଇଁ ସ୍ଥାନୀୟ ଫାଣ୍ଡିଛକ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ କୁଶ ପୁତଳିକା ଦାହ କରାଯାଇଅଛି । ଏଥିରେ ମୁଖ୍ୟ ଭୂମିକାରେ ଆଚ୍ଛା ସଂଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ, ସଂପାଦକ ରଣଜିତ୍ କୁମାର ପୁଷ୍ଟି, ଏବଂ ଜନନୀ ପରିବାରର ସଭାପତି ଶ୍ରୀମତୀ ଜ୍ୟୋସ୍ôନା ମହାନ୍ତିଙ୍କ ସମତେ , ଅନୀତା ଦାସ, ଅମିତ୍ ଦାସ ମହାପାତ୍ର, ଉଦୟଭାନୁ ନାୟକ, ରାକେଶ ଶିଅଳ, ନମିତା ପାତ୍ର, ମନାଲିସା ମହାନ୍ତି, ପ୍ରମୁଖ ଶତାଧିକ ଯୁବକ ଓ ମହିଳା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଇସ୍ଥପା ଦାବୀ କରିବା ସହ ଆଗାମି ଦିନରେ ମନ୍ତ୍ରୀମଣ୍ଡଳରୁ ବହିସ୍କାର ନହେଲେ ଅନ୍ଦୋଳନକୁ ତିବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ