ମହିଳା ମାନେ ତାତି ଲେ ଓ ମଦ ବୋତଲ ଭାଂଗିଥିଲେ

ଯାଜପୁର:କୋରାଇ ଥାନା ଅନ୍ତର୍ଗତ ସଁଅଗାଁ ଗ୍ରାମର ମହିଳା ମାନେ ମଦ ବେପାର କୁ ବିରୋଧ କରି ଗ୍ରାମ ର ସମସ୍ତ ମହିଳା ଏକତ୍ରିତ ହୋଇ ଗ୍ରାମ ରେ ମଦ ବେପାର ବନ୍ଦ କରିବା ପାଇଁ ମଦ ବୋତଲ ଗୁଡ଼ିକୁ ସଙ୍ଗ ହୋଇ ଭାଂଗିଥିଲେ । ଗ୍ରାମରେ ପ୍ରବଳ ଉତେଜନା ଦେଖାଦଇଥିଲା ଖବର ପାଇଁ କୋରାଇ ଥାନା ଅଧିକାରୀ ଶ୍ରୀ ରଂଜିତ ମହାନ୍ତି ଯଥା ଶୀଘ୍ର ଘଟଣାସ୍ଥଳରେ ପହଂଚିକୁ ରୋକିଥିଲେ । ସୂଚନା ଯୋଗ୍ୟ ବେଆଇନ ଭାବେ ଜଣେ ଚୋରା ମଦ ବେପାରୀ ଚୋରା ମଦ ବେପାର କରୁ ଥିଲେ । ତାଙ୍କ ଠାରୁ ମଦ କିଣିବା ପାଇଁ ଆସୁଥିବା କେତେକ ଲୋକ ମଦ ନେଇ ଥିବା ସମୟ ରେ ମଦ ବୋତଲ ଗୁଡିକ କୁ ଛଡାଇ ଗ୍ରାମ ମହିଳା ମାନେ ଭାଙ୍ଗି ଥିଲେ !ଗତ ଶୁକ୍ର ବାର ଦିନ ସଁ ଗାଁ ଗ୍ରାମ ର ମହିଳା ଓ ଯୁବକ ମାନେ ଗ୍ରାମ ର ମଦ ଦୋକାନ କୁ ବନ୍ଦ କରିବା ପାଇଁ ଏକ ଦାବି ପତ୍ର ଥାନା ଅଧିକାରୀ କୁ ପ୍ରଦାନ କରିଥିଲେ । ପୋଲିସ ଏକ ପେଟି ମଦ ବୋତଲ ବେପାରୀ ଅଂକ ଘରୁ ଜବଦ କରି ଥିଲା !ମଦ ବେପାରୀ ଫେରାର ହୋଇ ଯାଇଛନ୍ତି । ମଦ ବେପାରୀ କୁ ଗିରଫ କରିବା ପାଇଁ ମହିଳା ମାନେ ଅଡ଼ି ବସି ଥିଲେ । ତୁରନ୍ତ ଆସାମୀ କୁ ଗିରଫ କରିବା ସଙ୍ଗେ ଗ୍ରାମରୁ ମଦ ବେପାର ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ଥାନା ଅଧିକାରୀ ପ୍ରତିଶୃତି ଦେଇ ଥିଲେ ପରେ ମହିଳା ମାନେ ଶାନ୍ତ ହୋଇ ଘର କୁ ଫେରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ