ମହିଳା ଯୋଗାଣ ସହାୟକ ଙ୍କୁ ମାଡ଼ ମାରି ଆଇନଜୀବୀ ଜେଲ ଗଲେ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ପୋଲିସ ଗୁରୁବାର ମହିଳା ଯୋଗାଣ ସହାୟିକା କୁ ମାଡ଼ ମାରିବା ଘଟଣାରେ ଜଣେ ଆଇନଜୀବୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଆଇନଜୀବୀଜଣଙ୍କ ହେଲେ ପାଟପୁର ଥାନା ଗଙ୍ଗାପୁର ଗ୍ରାମର ପ୍ରଶାନ୍ତ କୁମାର ଡାକୁଆ l ସୂଚନା ପ୍ରକାରେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ କାଯ୍ୟଳୟ ରେ ଯୋଗାଣ ସହାୟିକା ରାଜେଶ୍ୱରୀ ଗୌଡ଼ ହିତାଧିକାରୀ ଙ୍କୁ 1 ଟଙ୍କିଆ ଚାଉଳ ବଣ୍ଟନ କରୁଥିବା ବେଳେ ଗଙ୍ଗାପୁର ଗ୍ରାମର ପ୍ରଶାନ୍ତ କୁମାର ଡାକୁଆ (ଆଇନଜୀବୀ ) ପଞ୍ଚାୟତ କାଯ୍ୟଳୟ ନିକଟକୁ ଯାଇ ଲାଇନ ରେ ଛିଡା ହୋଇଥିବା ମହିଳା ମାନଙ୍କୁ ଠେଲି ଯୋଗାଣ ସହାୟିକା ଙ୍କ ନିକଟକୁ ଯାଇ ଚାଉଳ ଦେବା ପାଇଁ ବାଧ୍ୟ କରିଥିବା ବେଳେ ଯୋଗାଣ ସହାୟିକା ଜଣଙ୍କ ପ୍ରଶାନ୍ତ କୁ କହିଲେ ମହିଳା ମାନେ ଦୀର୍ଘ ସମୟ ଧରି ଲାଇନ ରେ ଛିଡା ହୋଇଛନ୍ତି ସେମାନଙ୍କୁ ଚାଉଳ ଦେବା ପରେ ଆପଣଙ୍କୁ ଚାଉଳ ଦେବି କହିବାରୁ ପ୍ରଶାନ୍ତ ମହିଳା ଯୋଗାଣ ସହାୟିକା ଙ୍କୁ ଅଶ୍ଲୀଳ ଭାଷା କହି ଚାଉଳ ଦେବା ପାଇଁ ବାଧ୍ୟ କରିଥିଲେ l ମହିଳ ଜଣଙ୍କ ଚାଉଳ ଦେବା ପାଇଁ ମନା କରିଥିଲେ ପରେ ପ୍ରଶାନ୍ତ ଯୋଗାଣ ସହାୟିକା ଓ ତାଙ୍କ ଭାଇ ଙ୍କୁ ଆକ୍ରମଣ କରିଥିଲେ l ପାଖରେ ଥିବା କିଛି ଲୋକ ବୁଝାସୁଝା କରିବାରୁ ଓକିଲ ଜଣଙ୍କ ସେଠାରୁ ଚାଲିଯାଇଥିଲେ l ପରେ ଯୋଗାଣସହାୟିକା ଆଡପଡା ଡାକ୍ତରଖାନା ଯାଇ ଚିକିତ୍ସା କରି ପାଟପୁର ଥାନାରେ ଅଭିଯୋଗକରି ଥିଲେ। ଗୁରୁବାର ଆଇନଜୀବୀପ୍ରଶାନ୍ତ ଡାକୁଆ କୁ ଏ ନେଇ ପୁଲିସ 329/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l