ମହିଳା ରୋଷେୟାଙ୍କୁ ମରଣାତ୍ମକ ଆକ୍ରମଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଲୁଟ୍ ଉଦ୍ୟମରେ ବିଫଳ ହୋଇ ପ୍ରତିଷୋଧ ପରାୟଣ ହୋଇ ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଜଣେ ମହିଳ ରୋଷେୟା ମରଣାତ୍ମକ ଆକ୍ରମଣ ଦ୍ୱାରା ଗୁରୁତର ହୋଇଛନ୍ତି । ଘଟଣାରେ ସଂପୃକ୍ତ ବ୍ୟକ୍ତି ଫେରାର ଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ, ଗତକାଲି ଗଜପତି ଜିଲ୍ଲାର ମୋହନା ମୁଖ୍ୟରାସ୍ତା ଓ ବଜାର ନିକଟରେ ଥିବା ଆରଡିଆଇ ପବ୍ଲିକ ସ୍କୁଲରେ କଳାପଟି ବାନ୍ଧି ଏକ ଅଜଣା ବ୍ୟକ୍ତି ସ୍ପଷ୍ଟ ଦିବାଲୋକ ୧୧.୩୦ ସମୟରେ ପ୍ରବେଶ କରିଥିଲେ । ସେହି ସମୟରେ ସେଠାରେ କେହି ନଥିଲେ । ପ୍ରଥମ ମହଲାରେ ସ୍କୁଲର ମହିଳା ରୋଷେୟା ପଦ୍ମା ପାତ୍ର ରୋଷେଇ କରୁଥିଲେ । ୨ୟ ମହଲାରେ ଛାତ୍ରଛାତ୍ରୀ ମାନେ ପାଠପଢାରେ ବ୍ୟସ୍ତ ଥିଲେ । ମୁଖାପିନ୍ଧା ବ୍ୟକ୍ତି ପଦ୍ମାଙ୍କ ପାଖରେ ପହଞ୍ଚି ଆଲମାରିର ଚାବି ମାଗିଥିଲା । ଚାବି ପଦ୍ମା ପାଖରେ ନଥିବା କହିବାରେ ବ୍ୟକ୍ତି ଜଣକ କ୍ରୋଧାନ୍ୱିତ ହୋଇ ଏକ ଧାରୁଆ ଛୁରୀ ଦ୍ୱାରା ମହିଳାଙ୍କୁ ଆକ୍ତମଣ କରିଥିଲା । ମହିଳା ଜଣକ ଏଥିରୁ ରକ୍ଷା ପାଇବା ପାଇଁ ଏଜଣା ବ୍ୟକ୍ତିକୁ ଠେଲି ଦୌଡି ଥିଲେ । ତଥାପି ମହିଳାଙ୍କ ହାତରେ ଛୁରୀ ବାଜିବା ଦ୍ୱାରା ସେ ଗୁରୁତର ହୋଇ ଜୋରରେପାଟି କରିଥିଲେ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ସେଠାରୁ ଦୌଡି ଫେରାର ହୋଇଯାଇଥିଲେ । ମହିଳା ଜଣକୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଆବଶ୍ୟକ ଚିକିତ୍ସା ଦିଆଯାଇଥିଲା । ଏ ନେଇ ମୋହନା ଥାନାରେ ମକଦ୍ଦମା ରୁଜୁ ହୋଇଛି । ତଦନ୍ତ ଜାରା ରହିଥିବା ଥାନାଅଧିକାରୀ ସୁଜିତ ନାୟକ ଜଣାଇଛନ୍ତି ।


